www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶାକୁ ମିଳିବ ଆଉ ୩ ବନ୍ଦେ ଭାରତ

ଭୁବନେଶ୍ବର : ଆଗକୁ ଓଡ଼ିଶାକୁ ଆଉ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ମିଳିବା ସମ୍ଭାବନା ରହିଛି। ଏଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି। ଗୋଟିଏ ବନ୍ଦେ ଭାରତ ହାୱଡ଼ାରୁ ସମ୍ବଲପୁର ଜଙ୍କସନ ହୋଇ ଚଳାଚଳ କରିବାକୁ ଥିବାବେଳେ ଅନ୍ୟଟି ରାଞ୍ଚି ଭୁବନେଶ୍ବର ମଧ୍ୟରେ ଚାଲିବ। ବିଶାଖାପାଟଣା ଭାୟା ରାୟଗଡ଼ା ଦେଇ ରାଉରକେଲାକୁ ଆଉ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି। ରାଞ୍ଚି ଭୁବନେଶ୍ବର ବନ୍ଦେ ଭାରତ ଏକ୍ସପ୍ରେସ୍‌ ଦୁଇଦିନ ମୁରି, ଟାଟା ଏବଂ ବଡ଼ବିଲ ଦେଇ ଚାଲିବା ସମ୍ଭାବନା ରହିଛି। ଏହି ରେଳ ଫେରିବା ମାର୍ଗରେ କେନ୍ଦୁଝର ଭାୟା ବାଂଶପାଣି ଏବଂ ଚାଇବାସା ଦେଇ ଚଳାଚଳ କରିବ ବୋଲି ଜଣାପଡ଼ିଛି। ବାକି ୪ଦିନ ଭାୟା ମୁରି, ହିଞ୍ଜିଳି ଏବଂ ବାଲେଶ୍ବର ହୋଇ ଭୁବନେଶ୍ବରକୁ ଚଳାଚଳ କରିବ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories