www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ଭୁବନେଶ୍ବର/ସମ୍ବଲପୁର: ଦୁର୍ଘଟଣାରେ ଗୁରୁତର ଆହତ ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଶୁକ୍ରବାର ଅପରାହ୍ଣରେ ସମ୍ବଲପୁରରୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଛି। ତାଙ୍କୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିବା ଜଣାପଡ଼ିଛି। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ବରରୁ ନିଜ ବରଗଡ଼ ବାସଭବନକୁ ଫେରିବା ସମୟରେ ରେଢ଼ାଖୋଲର ବେଲଡିହି ନିକଟରେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସମ୍ମୁଖରୁ ଆସୁଥିବା ଏକ ଅମ୍ଳଜାନ ଟ୍ୟାଙ୍କର ତାଙ୍କ କାର ସହ ଧକ୍କା ହୋଇଥିଲା। ଗାଡ଼ିର ମଝି ସିଟରେ ବସିଥିବା ଶ୍ରୀ ଆଚାର୍ଯ୍ୟ ସମ୍ମୁଖ ସିଟ୍‌ରେ ପିଟିହୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କର କପାଳ ଓ ଆଖିପତାରେ ଗଭୀର ଆଘାତ ଲାଗିଛି। ସେହିପରି ସମ୍ମୁଖ ସିଟ୍‌ରେ ବସିଥିବା ତାଙ୍କର ପିଏସଓ ରାଘବ ପ୍ରଧାନଙ୍କ ଅଣ୍ଟାରେ ମାଡ଼ ହୋଇଛି। ଶନିବାର ତାଙ୍କର ଅପରେସନ୍ କରାଯିବ ବୋଲି ଜଣାପଡିଛି। ଗାଡ଼ିର ଡ୍ରାଇଭର ଶେଖ ଅବଦୁଲା ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଶ୍ରୀ ଆଚାର୍ଯ୍ୟଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ପ୍ରୟାସ ଜାରି ରହିଛି। ଶୁକ୍ରବାର ସଂଧ୍ୟାରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆପୋଲୋ ହସ୍ପିଟାଲରେ ଶ୍ରୀ ଆଚାର୍ଯ୍ୟଙ୍କୁ ଭେଟିଥିଲେ।  ଶ୍ରୀ ଆଚାର୍ଯ୍ୟଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ ସହ ଉଭୟ ଆଲୋଚନା କରିଥିବା ମଧ୍ୟ ସୂଚନା ମିଳିଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଆଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories