୮ହଜାରରୁ ଅଧିକ ଇ-ଯାନ ଆମଦାନୀ ପାଇଁ ଅନୁମତି ମିଳିବ ନାହିଁ

ନୂଆଦିଲ୍ଲୀ: ଦେଶରେ ଇ-ଯାନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଇ-ଯାନ ନୀତି ଆଣିଛନ୍ତି । ଇ-ଯାନ କ୍ଷେତ୍ରରେ ପୁଞ୍ଜିନିବେଶ ଆକଷ୍ଟ କରିବା ଏହାର ଲକ୍ଷ୍ୟ । ଏହି ନୀତି ସାହାଯ୍ୟରେ ମେକ୍‍ ଇନ୍‍ ଇଣ୍ଡିଆ ଅଭିଯାନ ଦ୍ୱାରା ଭାରତୀୟ ଉପଭୋକ୍ତା ଅତ୍ୟାଧୁନିକ ଜ୍ଞାନକୌଶଳ ପାଇପାରିବେ । ଇ-ଯାନ କ୍ଷେତ୍ରରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେଇ ଅର୍ଥନୀତି ଏବଂ ବୈଦ୍ୟୁତିକ ଯାନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏହି ନୀତିର ଉଦ୍ଦେଶ୍ୟ । ଅଶୋଧିତ ତୈଳ ଆମଦାନୀ, ବାଣିଜ୍ୟ ନିଅଣ୍ଟ ଏବଂ ବାୟୁ ପ୍ରଦୂଷଣ ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ଇ-ଯାନ ନୀତି ପ୍ରଣୟନ କରାଯାଇଛି । କମ୍ପାନୀଗୁଡିକ ପାଇଁ ସର୍ବନିମ୍ନ ନିବେଶ ସୀମା ୪ହଜାର ୧୫୦କୋଟି ଟଙ୍କା ରଖାଯାଇଥିବା ବେଳେ ସର୍ବାଧିକ ନିବେଶ ସୀମା ନାହିଁ । ଉତ୍ପାଦନ କାରଖାନା ସ୍ଥାପନ ଏବଂ ଇଭିର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିବା ପାଇଁ କମ୍ପାନୀଗୁଡିକୁ ତିନି ବର୍ଷ ସମୟ ମିଳିବ । ଏହି ଯୋଜନା ଅନୁଯାୟୀ ବାର୍ଷିକ ୮ହଜାରରୁ ଅଧିକ ଇ-ଯାନ ଆମଦାନୀକୁ ଅନୁମତି ମିଳିବ ନାହିଁ ।

Comments are closed.