www.samajalive.in
Monday, December 15, 2025
14.1 C
Bhubaneswar

୧୧ରୁ ୧୪ ପ୍ରବଳ ବର୍ଷା: ୨ ଦିନ ବଜ୍ରପାତ, କୁଆପଥର ମାଡ଼

ଭୁବନେଶ୍ବର: ପଶ୍ଚିମାଝଡ଼ ପ୍ରଭାବରେ ରବିବାରଠାରୁ ରାଜ୍ୟର କେତେକ ଅଞ୍ଚଳରେ ପାଗରେ ପରିବର୍ତ୍ତନ ଆସିବ। ବିଜୁଳି ଘଡଘଡି ସହିତ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବ। ୧୧ରୁ ବର୍ଷା ବଢ଼ିବ। ପ୍ରାୟତଃ ୧୪ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡଘଡି, କୁଆପଥର ମାଡ଼ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କୁଆପଥର ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଚାଷୀଙ୍କୁ ସତର୍କ କରାଇଛି। ବର୍ଷା ପୂର୍ବରୁ ସୁରକ୍ଷିତ ସ୍ଥାନରେ ଅମଳ ଫସଲ ସାଇତିବା ଓ ରବି ଫସଲ ଏବେ ବୁଣାବୁଣି ନକରିବାକୁ ପରାମର୍ଶ ଦେଇଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡା, ବରଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇପା‌େ‌ର। ସୋମବାର ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ, ଦେବଗଡ, ବରଗଡ ଏବଂ ନୂଆପଡା ଜିଲାର କିଛି ସ୍ଥାନରେ ବର୍ଷା ହେବ। ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ଗୋଟିଏରୁ ଦୁଇଟି ଅଞ୍ଚଳରେ ବର୍ଷା ହୋଇପାରେ। ୧୧ ତାରିଖରେ ବର୍ଷା ବଢ଼ିବ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ନୂଆପଡା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର ଏବଂ ବୌଦ୍ଧ ଜିଲାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ବରଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଏବଂ ଦେବଗଡ ଜିଲାରେ କୁଆପଥର ଓ ପ୍ରବଳ ବର୍ଷା ହେବ। ଏହି ୭ ଜିଲାକୁ ପାଣିପାଗ ବିଭାଗ ହଳଦିଆ ସତର୍କ ସୂଚନା ଜାରିକରିଛି। ସେହିପରି ୧୨ ତାରିଖରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, କଟକ ଏବଂ ନୟାଗଡ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ପାଣିପାଗ ବିଭାଗ ଉକ୍ତ ଜିଲାଗୁଡିକୁ ହଳଦିଆ ସତର୍କ ସୂଚନା ଜାରି କରିଛି।

- Advertisement -

କୁଆପଥର ଏବଂ ପ୍ରବଳ ବର୍ଷା ଦ୍ବାରା କୃଷି ଏବଂ ଉଦ୍ୟାନ ଫସଲ ଅଧିକ ପ୍ରଭାବିତ ହେବ। ଅମଳ ଧାନ ଫସଲ ଏବଂ ରବି ଫସଲ ନଷ୍ଟ ହୋଇଯିବ। ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଖେତରେ ଧାନ ଅମଳ ହୋଇ ପଡିଥିଲେ ୧୦ ତାରିଖ ସୁଦ୍ଧା ସୁରକ୍ଷିତ ସ୍ଥାନରେ ସାଇତି ରଖିବାକୁ ନିର୍ଦେଶ ଦିଆଯାଇଛି। କିଛିଦିନ ପାଇଁ ଚଣା, ବିରି, ମୁଗ, କୋଳଥ, ସୋରିଷ ଆଦି ବୁଣାବୁଣି ନକରିବାକୁ ପରାମର୍ଶ ଦିଆଯାଇଛି। କୁଆପଥର ମାଡରୁ ପରିବା ଚାଷ ନଷ୍ଟ ଆଶଙ୍କା ଥିବାରୁ ସେଗୁଡିକୁ ଜରିପାଲ ଘୋଡାଇ ରଖିବାକୁ କୁହାଯାଇଥିବାବେଳେ ବ୍ୟବହାର ଉପଯୋଗୀ ଫସଲକୁ ଅମଳ କରିନେବାକୁ ପରାମର୍ଶ ଦିଆଯାଇଛି। ଆଗକୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ ଆଜି ଜିଲାପାଳ ଏବଂ ମହାନଗର ନିଗମ ଆୟୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଅପରପକ୍ଷେ ରାଜ୍ୟରେ ରାତି ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁହୁଡି ଦୃଶ୍ୟମାନ ହୋଇପାରେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories