www.samajalive.in
Sunday, December 14, 2025
19.1 C
Bhubaneswar

‘ମାହାଲି’ ଜନଜାତିଙ୍କ ବାଉଁଶ କାରିଗରୀ କୌଶଳ

ଭୁବନେଶ୍ୱର: ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଦର୍ଶକମାନେ ସଞ୍ଚାର ଜରିଆରେ ମାହାଲି ଜନଜାତିଙ୍କର ବାଉଁଶରେ ବିଭିନ୍ନ ସାମଗ୍ରୀ ବୁଣିବା ଓ କାରିଗରି କୌଶଳ ସମ୍ପର୍କରେ ଜାଣିପାରିବେ। ଓଡ଼ିଶାର ମୟୂରଭଞ୍ଜ ଓ ସୁନ୍ଦରଗଡ ଜିଲାରେ ମୁଖ୍ୟତଃ ବସବାସ କରୁଥିବା ‘ମାହାଲି’ ଜନଜାତିଙ୍କ ସଂଖ୍ୟା ଖୁବ୍ ନଗଣ୍ୟ। ବାଉଁଶ ବୁଣାରେ ସେମାନେ ଖୁବ ଦକ୍ଷ। ବାଉଁଶରେ ସେମାନେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ପ୍ରସ୍ତୁତ କରିଥାଆନ୍ତି। ଜନଜାତିର ଉଭୟ ପୁରୁଷ ଓ ମହିଳାମାନେ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। ବାଉଁଶକୁ ଖଣ୍ଡଖଣ୍ଡ କରି ସେମାନେ ପାତିଆ ତିଆରି କରି ବାଉଁଶର ସରୁ ଖଣ୍ଡଗୁଡ଼ିକର ଘନତ୍ବକୁ ନେଇ ବିଭିନ୍ନ ଲମ୍ବର ପାତିଆ ତିଆରି କରିଥାନ୍ତି। ଏହାକୁୁ ବାସ୍କେଟ ସଜାଇବାରେ ବ୍ୟବହାର ହୋଇଥାଏ। ଏସବୁ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ମାହାଲିମାନେ ସାଧାରଣ ଉପକରଣ ବ୍ୟବହାର କରିଥାନ୍ତି। ଅଳ୍ପ ସମୟରେ ସେମାନେ ସେମାନଙ୍କର ନିଖୁଣ ହାତରେ ବାସ୍କେଟ, ଡଷ୍ଟବିନ୍‌, ଫୁଲଦାନି ଓ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ନିଜର କାରିଗରୀ ନିପୁଣତା ଯୋଗୁଁ ମାହାଲିମାନେ ସେମାନଙ୍କର କଳାକୌଶଳ ପାଇଁ ସୁନାମ ଅର୍ଜନ କରିବା ସହିତ ଅର୍ଥ ଉପାର୍ଜନ କରି ପାରୁଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories