www.samajalive.in
Monday, December 15, 2025
17.1 C
Bhubaneswar

୫ ଦିନ ପଶ୍ଚିମା ଝଡ଼, ୩୧ରେ ପ୍ରଭାବ ଅଧିକ

ଭୁବନେଶ୍ବର: ରାଜ୍ୟରୁ ପଶ୍ଚିମା ଝଡ଼ ପ୍ରଭାବ ପିଛା ଛାଡୁନାହିଁ। ମାର୍ଚ୍ଚ ୧୫ରୁ ଏ ପର୍ଯ୍ୟନ୍ତ ପଶ୍ଚିମା ଝଡ଼ ପ୍ରଭାବ ଲାଗି ରହିଛି। ସର୍ବାଧିକ ତାପମାତ୍ରା ୩୫ଡିଗ୍ରୀ ତଳେ ରହୁଛି। କେତେବେଳେ କେଉଁ ଅଞ୍ଚଳରେ ବର୍ଷୁଛି ତ ଆଉ କେତେବେଳେ ପବନ, କୁଆପଥର ମାଡ଼ ଓ ବର୍ଷା ହେଉଛି। ବିଜୁଳି ଘଡ଼ଘଡ଼ିରେ ଜୀବନ ହାନି ହେଉଥିବାବେଳେ ବରଫ ଖଣ୍ଡ ପରି କୁଆପଥର ମାଡ଼ରେ ପନି ପରିବା ଓ ରବି ଫସଲ ଉଜୁଡ଼ି ଯାଉଛି। ଉପକୂଳରୁ ଦକ୍ଷିଣ ଏବଂ ଉତ୍ତରରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଲାଗି ରହୁଛି ପଶ୍ଚିମା ଝଡ଼ ପ୍ରଭାବ। ପୁଣି ଏକ ପଶ୍ଚିମାଝଡ଼ ଆସୁଛି। ଝଡ଼ପବନ ସହିତ ବର୍ଷା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବ ୧ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହାର ପ୍ରଭାବରେ ଆଗାମୀ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା, ପବନ ଓ କୁଆପଥର ମାଡ଼ ସମ୍ଭାବନା ରହିଛି। ୨୯ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାବେଳେ ୩୦ରେ ବିଜୁଳି ଘଡ଼ଘଡ଼ି ସହ ପବନ ଘଣ୍ଟା ପ୍ରତି ୩୦ରୁ ୪୦କିମି ପର୍ଯ୍ୟନ୍ତ ବେଗରେ ବହିବ। ସେହିପରି ୩୧ରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ ତୋଫାନ ଘଣ୍ଟା ପ୍ରତି ୪୦ରୁ ୫୦ କିମି ଏବଂ ପ୍ରବଳ ବର୍ଷାର ଆଶଙ୍କା ରହିଛି। ୩୧‌େର କାଳ ବୈଶାଖୀ ପ୍ରଭାବ ବଢ଼ିବ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବଜ୍ରପାତ ସହ ବର୍ଷା ସମ୍ଭାବନା ଥିବାବେଳେ କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ଯାଜପୁର, ଅନୁଗୋଳ, ଢେଙ୍କାନାଳ ଏବଂ କଟକରେ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡ଼ିକ ମଧ୍ୟରୁ କିଛି ଅଞ୍ଚଳରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ହେବା ସମ୍ଭାବନା ରହିଛି। ପୁଣି ଏହିଦିନ ରାଜ୍ୟର ଅନେକ ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories