www.samajalive.in
Monday, December 8, 2025
27.1 C
Bhubaneswar

ଉପରାଷ୍ଟ୍ରପତି ଓ ଆଇନ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଓ ଉପରାଷ୍ଟ୍ରପତି ଜଗଦୀନ ଧନକଡ଼ଙ୍କର ସମ୍ବିଧାନ ପ୍ରଦତ୍ତ ନ୍ୟାୟିକ ବିଧିବ୍ୟବସ୍ଥା ଉପରେ ବିଶ୍ବାସ ନାହିଁ। ସେମାନେ ବାରମ୍ବାର ନ୍ୟାୟିକ ବ୍ୟବସ୍ଥା ଓ କଲେଜିୟମ ବିରୋଧରେ ମନ୍ତବ୍ୟ ଦେଉଛନ୍ତି। ଏ କ୍ଷେତ୍ରରେ ସେମାନଙ୍କ ବ୍ୟବହାର ମଧ୍ୟ ଆପତ୍ତିଜନକ ହୋଇଥିବାରୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି ବମ୍ବେ ଆଇନଜୀବୀ ସଂଘ। ଏ ନେଇ ସଂଘ ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇ ଧନକଡ଼ଙ୍କୁ ଉପରାଷ୍ଟ୍ରପତି ଓ ରିଜିଜୁଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିବାରୁ କ୍ଷାନ୍ତ ରଖିବା ପାଇଁ ଆବେଦନ କରିଛି। ସଂଘ ପକ୍ଷରୁ ବମ୍ବେ ଉଚ୍ଚ ନ୍ୟାୟାଳୟରେ ଉଭୟଙ୍କ ବିରୋଧରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା; କିନ୍ତୁ ଫେବୃଆରୀ ୯ରେ ଏହା ଖାରଜ ହୋଇଯିବାରୁ ସଂଘ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛି। ବମ୍ବେ ଉଚ୍ଚ ନ୍ୟାୟାଳୟ ସମ୍ବିଧାନର ଧାରା ୨୨୬ ଆଧାରରେ ବିଚାର ପାଇଁ ଏହା ଉପଯୁକ୍ତ ନୁହେଁ ବୋଲି ଦର୍ଶାଇ ମାମଲାକୁ ଖାରଜ କରିଦେଇଥିଲେ। ଆଇନଜୀବୀ ଅହମଦ ଆବଦିଙ୍କ କହିବାନୁସାରେ ଦେଶର ଏହି ଦୁଇ ପ୍ରମୁଖ ପଦାଧିକାରୀ ବିଚାର ବିଭାଗ ଉପରେ ଯେଉଁ ଆକ୍ରମଣ ଚଳାଇଛନ୍ତି ତାହା ବାସ୍ତବରେ ସମ୍ବିଧାନ ବିରୋଧରେ ଅଭିପ୍ରେତ। ସେମାନେ ସର୍ବସାଧାରଣରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମ୍ମାନହାନି କରିଛନ୍ତି। ବିଚାରପତିଙ୍କ ନିଯୁକ୍ତି ପାଇଁ ପ୍ରଚଳିତ କଲେଜିୟମ ବ୍ୟବସ୍ଥା ସ୍ବଚ୍ଛ ନୁହେଁ ବୋଲି ରିଜିଜୁ ବାରମ୍ବାର ସମାଲୋଚନା କରୁଥିବାବେଳେ ଧନକଡ଼ ସମ୍ବିଧାନର ମୌଳିକ ଢ଼ାଞ୍ଚା ସମ୍ପର୍କିତ ୧୯୭୩ର କେଶବାନନ୍ଦ ଭାରତୀ ମାମଲାର ରାୟ ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ପରିପ୍ରେକ୍ଷୀରେ ଧନକଡ଼ ଓ ରିଜିଜୁ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ ମଧ୍ୟ ସମ୍ବିଧାନ ବିରୋଧୀ ଆଭିମୁଖ୍ୟ ଯୋଗୁଁ ସାମ୍ବିଧାନିକ ପଦରେ ରହିବା ଅସମୀଚୀନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories