www.samajalive.in
Sunday, December 7, 2025
14.1 C
Bhubaneswar

ରଣଜୀ ଟ୍ରଫି : ଅଭିଷେକଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଓଡ଼ିଶା ୧୭୭ରେ ଅଲ୍‌ଆଉଟ

କଟକ : ୨୦୧୮ ବର୍ଷର ଅନ୍ତିମ ରଣଜୀ ଟ୍ରଫି ମ୍ୟାଚ୍‌ରେ ଦଳକୁ ନିରାଶ କରିଛନ୍ତି ଓଡ଼ିଶାର ବ୍ୟାଟ୍‌ସମ୍ୟାନ। ରବିବାରଠାରୁ ନୂଆଦିଲ୍ଲୀର ପାଲମସ୍ଥିତ ବାୟୁସେନା ଗ୍ରାଉଣ୍ଡରେ ଘରୋଇ ସର୍ଭିସେସ୍ ବିପକ୍ଷ​‌େ​‌ର ଆରମ୍ଭ ହୋଇଥିବା ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ଇନିଂସରେ ମାତ୍ର ୧୭୭ ରନ୍‌କରି ଅଲ୍ଆଉଟ ହୋଇଯାଇଛି। ଅଭିଷେକ ରାଉତଙ୍କ ଅର୍ଦ୍ଧଶତକ ଓ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ୪୧ ରନ୍‌ର ଇନିଂସ ବଳରେ ଓଡ଼ିଶା ଦେଢ଼ଶହ ରନ୍ ପାର କରିପାରିଛି। ଏଲିଟ୍ ଗ୍ରୁପ୍ ‘ସି’ରେ ଓଡ଼ିଶା ତା’ର ୮ମ ଲିଗ୍ ମ୍ୟାଚ୍‌ରେ ଟସ୍ ଜିତି ବ୍ୟାଟିଂ ନେଇଥିଲେ ହେଁ ସର୍ଭିସେସ୍‌ର ବୋଲର ନିୟମିତ ଭାବେ ୱିକେଟ ନେଇ ଓଡ଼ିଶା ଉପରେ ଚାପ ବଜାୟ ରଖିଥିଲେ। ପରେ ସର୍ଭିସେସ୍ ଦଳ ମାତ୍ର ୨ ଓଭର ଖେଳି କୌଣସି ୱିକେଟ ନ ହରାଇ ୨ ରନ୍ କରିଛି। ବାମହାତି ସ୍ପିନର ଅରୁଣ ବାମାଲ ୪ଟି ୱିକେଟ ନେଇ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି।
ଓଡ଼ିଶା ଟସ୍ ଜିତି ବ୍ୟାଟିଂ ନେବା ପରେ ଅତ୍ୟନ୍ତ ଧିମାଗତିରେ ଇନିଂସ ଆରମ୍ଭ କରିଥିଲା। ୧୭ ଓଭରରେ ଓଡ଼ିଶାର ସ୍କୋର୍‌ ମାତ୍ର ୨୨ ରନ୍ ହୋଇଥିବା ବେଳେ ଉଭୟ ଓପ୍‌ନର ଆଉଟ ହୋଇ ଯାଇଥିଲେ। ଅନୁରାଗ ଷଡ଼ଙ୍ଗୀ ବିନା ସ୍କୋର୍‌ରେ ଆଉଟ ହୋଇ ଯାଇଥିଲେ। ଶାନ୍ତନୁ ମିଶ୍ର ୫୪ଟି ବଲ୍ ଖେଳି ୭ଟି ଚୌକା ସହ ୭ ରନ୍‌କରି ବିଦାୟ ନେଇଥିଲେ। ଉଭୟ ୱିକେଟ ପେସ୍ ବୋଲର ସଚିଦାନନ୍ଦ ପାଣ୍ଡେ ନେଇଥିଲେ। ପରବର୍ତ୍ତୀ ୩୩ ରନ୍‌ରେ ଓଡ଼ିଶା ଆଉ ୩ଟି ୱିକେଟ ହରାଇ ବିପର୍ଯ୍ୟୟ ଭୋଗିଥିଲା। ଚଳିତ ସିଜିନ୍‌​‌େ​‌ର ଓଡ଼ିଶାର ସଫଳତମ ବ୍ୟାଟ୍‌ସମ୍ୟାନ୍ ଶୁଭ୍ରାଂଶୁ ସେନାପତି ୨୦ଟି ବଲ୍‌ ଖେଳି ୩ ରନ୍‌କରି ବିଦାୟ ନେଇଥିବା ବେଳେ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ୬ ରନ୍‌କରି ବିଦାୟ ନେଇଥିଲେ। ୫୫ ରନ୍‌ରେ ଓଡ଼ିଶା ୫ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ଥିବା ବେଳେ ଏଥିରୁ ଦଳକୁ କିଛିମାତ୍ରାରେ ଉଦ୍ଧାର କରିଥିଲେ ଅଭିଷେକ ରାଉତ ଓ ବିପ୍ଳବ ସାମନ୍ତରାୟ। ଦୁହେଁ ପାଖାପାଖି ୩୧ ଓଭର କ୍ରିଜ୍‌ରେ ରହି ଧିରେସୁସ୍ଥେ ସ୍କୋର୍‌କୁ ଆଗେଇ ନେଇଥିଲେ। ୬ଷ୍ଠ ୱିକେଟ ପାଇଁ ଅଭିଷେକ ଓ ବିପ୍ଳବ ୮୨ ରନ୍ ଯୋଗ କରିଥିଲେ। ପରେ ୪୦ ରନ୍‌ରେ ଓଡ଼ିଶା ଶେଷ ୫ଟି ୱିକେଟ ହରାଇ ଅଲ୍‌ଆଉଟ ହୋଇ ଯାଇଥିଲା। ଗତ ମ୍ୟାଚ୍‌ରେ ଶତକ ଅର୍ଜନ କରିଥିବା ଅଭିଷେକ ରାଉତ ୮ଟି ଚୌକା ସହ ୫୬ ରନ୍‌କରି ଅାଉଟ ହୋଇଥିଲେ। ପରେ ଅନ୍ୟ ସେଟ୍ ବ୍ୟାଟ୍‌ସମ୍ୟାନ୍ ବିପ୍ଳବ ସାମନ୍ତରାୟ ମଧ୍ୟ ଆଉଟ ହୋଇଯିବା ଓଡ଼ିଶା ପାଇଁ ଚିନ୍ତାଜନକ ଥିଲା। ପରବର୍ତ୍ତୀ ୪ ଜଣ ବ୍ୟାଟ୍‌ସମ୍ୟାନ୍ ଦୁଇଅଙ୍କ ବିଶିଷ୍ଟ ସ୍କୋର୍‌ରେ ପହଞ୍ଚି ପାରିନଥିଲେ। ପି. ରୋଶନ କୁମାର ରାଓ ୯, ସୂର୍ଯ୍ୟକାନ୍ତ ପ୍ରଧାନ ୦, ବସନ୍ତ ମହାନ୍ତି ୭ ଓ ରାଜେଶ ମହାନ୍ତି ଅପରାଜିତ ୪ ରନ୍ କରିଥିଲେ। ଅରୁଣ ବାମାଲ ୬୧ ରନ୍‌ଦେଇ ୪ଟି ୱିକେଟ ନେଇଥିଲେ। ଦିୱେଶ ପଠାନିଆ ଓ ସଚିଦାନନ୍ଦ ପାଣ୍ଡେ ୨ଟି ଲେଖାଏଁ ୱିକେଟ ନେଇଥିଲେ। ମ୍ୟାଚ୍‌ର ପ୍ରଥମ ଦିନରେ ସର୍ଭିସେସ୍‌ର ବାମହାତି ସ୍ପିନର ଅରୁଣ ବାମାଲ ୪ଟି ୱିକେଟ ପାଇଥିବା ବେଳେ ଓଡ଼ିଶା ଏହି ମ୍ୟାଚ୍‌ରେ କୌଣସି ସ୍ପିନରଙ୍କୁ ଖେଳାଉନାହିଁ। ଏଡ଼ିଶା ଏକାଦଶରେ ଜଣେ ଅତିରିକ୍ତ ବ୍ୟାଟ୍‌ସ୍ୟାନ୍ ଥିବା ବେଳେ ଏହାର ଫାଇଦା ଦଳକୁ ମିଳିନାହିଁ। ଦଳରେ ଥିବା ୩ ବିଶେଷଜ୍ଞ ବୋଲର ସମସ୍ତେ ପେସ୍ ବୋଲର। ଓଡ଼ିଶାର ଏହି ରଣନୀତି କେତେ ସଫଳ ହେଉଛି; ତାହା ସୋମବାର ସ୍ପଷ୍ଟ ହୋଇଯିବ। ମ୍ୟାଚ୍‌ରେ ଯଦି ସର୍ଭିସେସ୍ ବଡ଼ ଲିଡ୍ ନେଇଯାଏ ; ତେବେ ଓଡ଼ିଶା ପାଇଁ ଆଗକୁ ବଡ଼ ଅସୁବିଧା ହୋଇପାରେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories