ଭିଜିଲାନ୍ସ ଜାଲରେ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । କଳାରାହାଙ୍ଗ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଥିବା ବେଳେ ଏକକାଳୀନ ବିଭାଗ ୯ଟି ସ୍ଥାନରେ ଚଢ଼ାଉ କରୁଥିବା ସୂଚନା ମିଳିଛି । ଭୁବନେଶ୍ୱରର ରଘୁନାଥପୁରରେ ୭ଟି ସ୍ଥାନ ସହ ବାଙ୍କୀରେ ଥିବା ଗୋଟିଏ ଘରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ । ତାହା ସହ କଳାରାହାଙ୍ଗରେ ଥିବା ଅଫିସରେ ମଧ୍ୟ ଟିମ୍ ତନତନ କରି ଯାଞ୍ଚ କରୁଛି । ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୫ଜଣ ଡିଏସ୍ପି, ୧୦ଜଣ ଇନିସପେକ୍ଟର ଓ ବହୁ ଅଧିକାରୀ ସାମିଲ ଥିବା ଜଣାପଡ଼ିଛି ।
Comments are closed.