ଟ୍ୟାଙ୍କରକୁ ରୋକିଲେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବାଧା ସୃଷ୍ଟି ହେବ

ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓଡ଼ିଶା ଟ୍ୟାଙ୍କ ଟ୍ରକ ଓନର୍ସ ଆସୋସିଏସନ ପକ୍ଷରୁ ନାପସନ୍ଦ

ଭୁବନେଶ୍ବର: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓଡ଼ିଶା ଟ୍ୟାଙ୍କ ଟ୍ରକ ଓନର୍ସ ଆସୋସିଏସନ ପକ୍ଷରୁ ନାପସନ୍ଦ କରାଯାଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନକୁ ବାଧାଦିଆଯାଉଥିବାରୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ନାପସନ୍ଦ କରିଛି।

prayash

ଓଡ଼ିଶା ଟ୍ୟାଙ୍କ ଟ୍ରକ ଓନର୍ସ ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ ଆସନ୍ତାକାଲି ଅପରାହ୍ଣ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି। ଆନ୍ଦୋଳନ ନାମରେ ଟ୍ୟାଙ୍କର ଟାଙ୍କି ଟ୍ରକକୁ ଅଟକାଯିବା ଠିକ ନୁହେଁ ଓ ଗ୍ରହଣୀୟ ମଧ୍ୟ ନୁହେଁ। ଟ୍ୟାଙ୍କରକୁ ରୋକିଲେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବାଧା ସୃଷ୍ଟି ହେବ।

ଏସବୁ ଗାଡ଼ି ସୁରୁଖୁରୁରେ ଯାତାୟତ ପଇଁ ଓଡ଼ିଶା ଡ୍ରାଇଭର ମହାସଂଘ ଛାଡ଼ି ଦେବା ଉଚିତ। ଅପରପକ୍ଷରେ ଟ୍ୟାଙ୍କର ଟ୍ରକଗୁଡ଼ିକ କିଭଳି ସ୍ବଭାବିକ ଭାବେ ଚଳାଚଳ କରିପାରିବ ସେଥିପ୍ରତି ପୁଲିସ ଧ୍ୟାନ ଦେବା ଆବଶ୍ୟକ ବୋଲି ଓଡ଼ିଶା ଟ୍ୟାଙ୍କ ଟ୍ରକ ଓନର୍ସ ଆସୋସିଏସନ ଅନୁରୋଧ କରିଛି।

kalyan agarbati

Comments are closed.