Patra electronics

ଜିଏସଟି ଆଦାୟ କ୍ଷେତ୍ରରେ ଓଡ଼ିଶା ତୃତୀୟ, ଫେବୃଆରୀରେ ୨୨୯୫.୪୧ କୋଟି

ଡେସ୍କ: ଫେବୃଆରୀ ୨୦୨୪ରେ ୨୨୯୫.୪୧ କୋଟି ଟଙ୍କା ଆଦାୟ ସହ ରାଜ୍ୟ ଜିଏସଟି ଆଦାୟରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ୨୦୨୩ ଫେବୃଆରୀରେ ୧୬୭୩.୯୬ କୋଟି ଟଙ୍କା ଆଦାୟ ହୋଇଥିଲା। ସୂଚନା ଅନୁଯାୟୀ, ୨୦୨୪ ଫେବୃଆରୀ ମାସ ସୁଦ୍ଧା ରାଜ୍ୟ ଜିଏସଟି ସଂଗ୍ରହ ୨୧୮୪୬.୫୫ କୋଟି ଟଙ୍କା ହୋଇଥିବା ବେଳେ ୨୦୨୩ ଫେବୃଆରୀ ସୁଦ୍ଧା ୧୬୭୧୦.୩୪ କୋଟି ଟଙ୍କା ଆଦାୟ ହୋଇଥିଲା।

ପେଟିଏମ୍ ପେମେଣ୍ଟସ ବ୍ୟାଙ୍କକୁ ୫ କୋଟି ୪୯ ଲକ୍ଷ ଟଙ୍କା ଜରିମାନା

ଫେବୃଆରୀରେ ଓଡ଼ିଶାର ସିଟି ଓ ଜିଏସଟି କମିଶନରେଟ୍ ଦ୍ୱାରା ତଦାରଖ କରାଯାଉଥିବା ସମସ୍ତ ଆଇନ ଅଧୀନରେ ଓଜିଏସ୍ଟି/ଆଇଜିଏସଟି ସେଟଲମେଣ୍ଟ/ଭାଟ୍ ଏବଂ ବୃତ୍ତି ଟିକସକୁ ମିଶାଇ ୩୪୭୦.୭୫ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଫେବୃଆରୀ-୨୩ରେ ୨୫.୫୦% ଅଭିବୃଦ୍ଧି ହାର ସହିତ ୨୭୬୫.୪୪ କୋଟି ଟଙ୍କା ଆଦାୟ ହୋଇଛି।

ଓଡିସର୍ଭ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଫେବୃଆରୀ ପର୍ଯ୍ୟନ୍ତ ସମସ୍ତ ଆଇନ ଅଧୀନରେ ସଂଗ୍ରହ ୩୨୮୦୭.୬୭ କୋଟି ଟଙ୍କା ହୋଇଥିବା ବେଳେ ଫେବୃଆରୀ ୨୩ ସୁଦ୍ଧା ସମାନ ଆଦାୟ ତୁଳନାରେ ୨୦.୮୪% ଅଭିବୃଦ୍ଧି ହାର ରହିଛି।

Comments are closed.