www.samajalive.in
Monday, December 15, 2025
27.1 C
Bhubaneswar

ଓଡିସର୍ଭ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଯୁବ ଗ୍ରାଜୁଏଟମାନଙ୍କୁ ଆର୍ଥିକ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆଜି ସମ୍ବଲପୁରରେ ପ୍ରୋଜେକ୍ଟ ଓଡିସର୍ଭର ଶୁଭାରମ୍ଭ କରିଛନ୍ତି।ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିସର୍ଭ ପ୍ରକଳ୍ପ ଦେଶର ଯୁବପିଢ଼ିଙ୍କୁ ସଶକ୍ତ କରିବ, ସେମାନଙ୍କୁ ଅଧିକ ରୋଜଗାରକ୍ଷମ କରିବ ଏବଂ ସେମାନଙ୍କ ଆକାଂକ୍ଷା ପୂରଣ କରିବ। ନୂଆ ଶିକ୍ଷା ନୀତି ୨୦୨୦ କିପରି ଶିକ୍ଷା ଏବଂ ଦକ୍ଷତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରୁଛି, ଅଧିକ ସମନ୍ୱୟ ସୃଷ୍ଟି କରୁଛି ଏବଂ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଗତ ଜ୍ଞାନ ସହିତ ଚାକିରି ପାଇଁ ପ୍ରସ୍ତୁତ ଦକ୍ଷତା ହାସଲ କରିବାକୁ ସୁଯୋଗ ଦେଉଛି ବୋଲି ସେ କହିଥିଲେ।

ନିର୍ବାଚନ ଆୟୋଗଙ୍କ ଚେତାବନୀ – ପ୍ରଚାର ବେଳେ ଶୃଙ୍ଖଳା ନ ରଖିଲେ କଠୋର କାର୍ଯ୍ୟାନୁଷ୍ଠାନ

- Advertisement -

ପ୍ରୋଜେକ୍ଟ ଓଡିସର୍ଭ ଅଧୀନରେ ଓଡ଼ିଶାରେ ୧୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣ ଆଜି ଚାକିରି ଅଫର ମଧ୍ୟ ପାଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଏଥିରେ ସ୍ଥାନ ପାଇଥିବା ସମସ୍ତ ପ୍ରାର୍ଥୀଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। ଭାରତର ଯୁବ ଭବିଷ୍ୟତ ଏବଂ ଶିଳ୍ପକୁ ପ୍ରସ୍ତୁତ କରିବାର ପରିକଳ୍ପନା କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପ୍ରୋଜେକ୍ଟ ଓଡିସର୍ଭ ଶିଳ୍ପ-ଶିକ୍ଷାଗତ ସହଯୋଗର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ସେ କହିଛନ୍ତି।

ଧର୍ମ ହେଉଛି ଏକ ଜୀବନ ଶୈଳୀ – ରାଷ୍ଟ୍ରପତି

୧୦୦ ଘଣ୍ଟିଆ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡ଼ିଶାର ଯୁବପିଢ଼ିଙ୍କୁ ବ୍ୟାଙ୍କିଙ୍ଗ୍, ଫାଇନାନ୍ସ ଓ ବୀମା ଶିଳ୍ପରେ ଅବଶକୀୟ ଦକ୍ଷତା ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦକ୍ଷତା ବୃଦ୍ଧି, ଓଡ଼ିଶାର ଯୁବ ଶକ୍ତିର ନିଯୁକ୍ତି କ୍ଷମତା ବୃଦ୍ଧି କରିବା ସହ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଚାରୀଙ୍କୁ ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି।

ସର୍ବସାଧାରଣଙ୍କ ପାଇଁ ଆଜିଠାରୁ ଖୋଲିଲା ଆବୁଧାବିର ହିନ୍ଦୁ ମନ୍ଦିର

ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ବାଲେଶ୍ୱର ଓ ପୁରୀ ସମେତ ୧୧ଟି ସହର ଓ ୧୦ଟି ଜିଲ୍ଲାର ୬୦ଟି କଲେଜରେ ସିପିବିଏଫ୍ଆଇ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପ୍ରୋଜେକ୍ଟ ଓଡିଆସର୍ଭ ଯୋଜନା ରଖିଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories