Patra electronics

ପେଟିଏମ୍ ପେମେଣ୍ଟସ ବ୍ୟାଙ୍କକୁ ୫ କୋଟି ୪୯ ଲକ୍ଷ ଟଙ୍କା ଜରିମାନା

ଡେସ୍କ: ଦେଶରେ ଆର୍ଥିକ ଦେଣନେଣ ଉପରେ ନଜର ରଖୁଥିବା ସଂସ୍ଥା ‘ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍-ଇଣ୍ଡିଆ’ ଦାୟିତ୍ୱ ଉଲ୍ଲଂଘନ ଅଭିଯୋଗରେ ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍ ଉପରେ ୫ କୋଟି ୪୯ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍-ଇଣ୍ଡିଆ ଅର୍ଥ ହେରଫେର ଅଭିଯୋଗରେ ଏହି ଜରିମାନା ଲାଗୁ କରିଛି।

ଓଡିସର୍ଭ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନଲାଇନ୍ ଜୁଆ ଖେଳ ଆୟୋଜନ ଓ ସୁବିଧା ସମେତ ଅନେକ ବେଆଇନ କାର୍ଯ୍ୟରେ ନିୟୋଜିତ କେତେକ ସଂସ୍ଥା ଏବଂ ସେମାନଙ୍କ ବ୍ୟବସାୟ ନେଟୱାର୍କ ସମ୍ପର୍କରେ ଆଇନ ପ୍ରବର୍ତ୍ତନ କାରୀ ଏଜେନ୍ସିମାନଙ୍କଠାରୁ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ସଂସ୍ଥା ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ଲିମିଟେଡର ସମୀକ୍ଷା ଆରମ୍ଭ କରିଛି। ଏହାବ୍ୟତୀତ ଏହି ବେଆଇନ କାର୍ଯ୍ୟରୁ ମିଳିଥିବା ଅର୍ଥ ଅର୍ଥାତ୍ ଅପରାଧରୁ ମିଳିଥିବା ଅର୍ଥକୁ ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ଲିମିଟେଡରେ ଏହି ସଂସ୍ଥାଗୁଡ଼ିକର ବ୍ୟାଙ୍କ ଆକାଉଣ୍ଟ୍ ଜରିଆରେ ଟ୍ରାନ୍ସଫର କରାଯାଇଥିବା ଜଣାପଡିଛି।

Comments are closed.