ଆଳୁ ରାଜନୀତି: ଶ୍ରେୟ କାହାର, ନବୀନ ନା ମୋହନ!

ଡେସ୍କ: ଚିକେନ, ମଟନ, ମାଛ ଓ ଅଣ୍ଡା ସବୁ ମିଳୁଛି ହେଲେ ଆଳୁ ଏବେ ସାତସପନ। ମଧ୍ୟବିତ୍ତ ଓ ନିମ୍ନ-ମଧ୍ୟବିତ୍ତ ପରିବାରର ରୋଷେଇର ମୁଖ୍ୟ ସାମଗ୍ରୀ କୁହାଯାଉଥିବା ଆଳୁ ଏବେ ପରିବା ଝୁଡିରୁ ଉଭାନ। ଗତ ୭ ଦିନରୁ ଅଧିକ ସମୟ ହେବ ଆଳୁର ନାହିଁ ନ ଥିବା ଦର ବୃଦ୍ଧି ଓ ଅଭାବୀ ବିକ୍ରିକୁ ନେଇ ସାଧାରଣ ଲୋକେ ହଇରାଣ ହେଉଥିବା ବେଳେ କିନ୍ତୁ ପଶ୍ଚିମବଙ୍ଗରୁ ଆଳୁ ଆଣିବା ଶ୍ରେୟ କିଏ ନେବ, ସେ ନେଇ ଚର୍ଚ୍ଚା ଜୋର ଧରିଛି।

ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ ବିରୋଧୀ ଦଳ ନେତା ଆଳୁ ପଠାଇବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କାହିଁକି ଚିଠି ଲେଖିଥିଲେ। ଘଟଣାର ପୃଷ୍ଠଭୂମି ଏମିତି ଥିଲା। ପ୍ରଥମେ ଆଳୁ ଦର ବୃଦ୍ଧି ପାଇବା ପରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ବିଭିନ୍ନ ଅଂଚଳ ଗସ୍ତ କରିବା ସମୟରେ ଶ୍ରୀ ପାତ୍ର ଖୁବ ଶୀଘ୍ର ଆଳୁ ଦର ହ୍ରାସ ପାଇବ ବୋଲି କହିବା ସହ ପଶ୍ଚିମବଙ୍ଗ ଆଳୁ ପଠାଇବ ବୋଲି କହିଥିଲେ କିନ୍ତୁ ଅନେକ ଥର ମନ୍ତ୍ରୀଙ୍କ ଘୋଷଣା ସତ୍ୱେ ଆଳୁ ଆସିବା ତ ଦୂରର କଥା, ଆଳୁ ଦର ପୂର୍ବଠାରୁ ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଉଥିବା ବେଳେ ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତରୁ ୧୦୦ରୁ ଅଧିକ ଆଳୁ ବୋଝେଇ ଟ୍ରକକୁ ପୁଲିସ ସହାୟତାରେ ଫେରାଇ ନେଇଥିଲେ ପଶ୍ଚିମବଙ୍ଗ ସରକାର।

ସବୁ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର – ପ୍ରଧାନମନ୍ତ୍ରୀ

ଜୁଲାଇ ୨୬ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ପତ୍ର ଜରିଆରେ ଓଡିଶାକୁ ଆଳୁ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ନୀତି ଆୟୋଗ ବୈଠକରେ ଯୋଗ ଦେବା ପରେ ଓଡିଶା ଫେରି କହିଥିଲେ ଯେ, ‘ମୁଁ ଚିଠିରେ ବିଶ୍ୱାସ କରେନାହିଁ, କାମରେ ବିଶ୍ୱାସ କରେ। ମୁଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛି, ଖୁବ ଶୀଘ୍ର ଓଡିଶାକୁ ଆଳୁ ଆସିବ, ଆଳୁ ଅଭାବର ସମାଧାନ ହେବ’। କିନ୍ତୁ ତାହା ମଧ୍ୟ ପୂର୍ଣ୍ଣ ମାତ୍ରାରେ ହୋଇନଥିବା ଜଣାପଡିଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Comments are closed.