www.samajalive.in
Saturday, December 6, 2025
15.1 C
Bhubaneswar

ସୋନୁ ସୁଦ୍‌ଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ମିଳିଲା ବଡ଼ ଉପହାର

ମୁମ୍ବଇ: ଅଭିନେତା ସୋନୁ ସୁଦ୍‌ ମଙ୍ଗଳବାର ନିଜ ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଖାସ୍ ଅବସରରେ ସେ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସେ ତାଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫତେହ’ର ମୁକ୍ତିଲାଭ ତାରିଖ ଉପରୁ ପରଦା ଉଠାଇଛନ୍ତି। ଏଥିସହ ସୋନୁ ଫିଲ୍ମର ନୂଆ ପୋଷ୍ଟର ମଧ୍ୟ ରିଲିଜ୍‌ କରିଛନ୍ତି, ଯାହା ଏବେ ସାମାଜିକ ଗଣମାଧ୍ୟମ​‌ରେ ଭାଇରାଲ୍‌ ହେଉଛି।


‘ଫତେହ’ ଏକ ସାଇବର ଅପରାଧ ଭିତ୍ତିକ ଥ୍ରୀଲର ଚଳଚ୍ଚିତ୍ର। ସୋନୁ ସୁଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର। ଏକ ନୂଆ ପୋଷ୍ଟର ଏବଂ ସୋନୁ ସୁଦ୍‌ଙ୍କ ଫଟୋ ସହ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି, ଯାହା ନିଶ୍ଚିତ ଭାବରେ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍ସାହକୁ ବଢାଇଦେଇଛି। ଆସନ୍ତା ବର୍ଷ ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ଏହି ଚଳଚ୍ଚିତ୍ର। ଜାନୁଆରୀ ୧୦, ୨୦୨୫ରେ ପରଦାକୁ ଆସିବ ‘ଫତେହ’। ସାମାଜିକ ଗଣମାଧ୍ୟମରେ ପୋଷ୍ଟ ଶେୟାର କରି ସୋନୁ ଲେଖିଛନ୍ତି, ‘‘ଦେଶର ସର୍ବୋତ୍ତମ ଆକ୍ସନ୍ ଫିଲ୍ମ ପାଇଁ ପ୍ରସ୍ତୁତ ରୁହନ୍ତୁ’’। ଶକ୍ତି ସାଗର ପ୍ରଡକ୍ସନ୍ସ ଓ ଜୀ ଷ୍ଟୁଡିଓ ଦ୍ଵାରା ନିର୍ମିତ ‘ଫତେହ’ରେ ସୋନୁ ସୁଦ୍‌ ଅଭିନେତା ନସୀରୁଦ୍ଧିନ ଶାହ ଓ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ନଜର ଆସିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories