www.samajalive.in
Friday, December 5, 2025
27.1 C
Bhubaneswar

ମାଝୀଗୁଡା ସାପ୍ତାହିକ ହାଟରେ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ନିମନ୍ତେ ସଚେତନତା

କଲ୍ୟାଣସିଂହପୁ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ସଦର ମହକୁମାଠାରେ ହେଉଥିବା ସାପ୍ତାହିକ ହାଟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ,କୁଷ୍ଠ ରୋଗ ନିମନ୍ତେ ସଚେତନତା କରାଯାଉଥିବା ଦେଖିବାକୁ ମିଳିଛି । ଏଥିରେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଡାକ୍ତର ସାମ୍ୟରଞ୍ଜନ ଜେନା ଙ୍କ ନେତୃତ୍ବରେ ମାଝୀଗୁଡା ର ପୁରୁଷ ସ୍ୱାସ୍ଥ୍ୟ କର୍ମୀ ପ୍ରଣୟ ତ୍ରିପାଠୀ, ତିରୁପତି ବେହେରା ,ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି , ଏମ ପି ହେଚ ଏସ କୈଳାସ ବିଡିକା , ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ସମେତ କିଛି ମାଝୀଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି  ହାଟକୁ ଆସୁଥିବା ଲୋକ ଓ ବ୍ୟାପାରୀ ମାନଙ୍କୁ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ,ଯକ୍ଷ୍ମା, ଜଣ୍ଡିସ କୁଷ୍ଠ ରୋଗ ବିଷୟରେ ସଚେତନତା କରିଥିଲେ ।
ମାଝୀଗୁଡା ଗ୍ରାମରେ ପ୍ରତ୍ୟେକ ଘରେ ଘରେ ପଶି ଲୋକଙ୍କ ରକ୍ତ ପରୀକ୍ଷା କରିବା ସହ ପ୍ରତ୍ୟେକ ନାଳନର୍ଦ୍ଧମା ରେ ବଲ୍ଲିଚିଙ୍ଗ ପକାଇଥିଲେ । ଏବଂ ଯେଉଁ ଲୋକଙ୍କ ଘରେ କୂଅ ରହିଛି ସେହିମାନଙ୍କୁ ବ୍ଲଚିଙ୍ଗ ଦେଇ ଥିଲେ ।କୂଅରେ ବ୍ଲଚିଙ୍ଗ ପକାଇ ପାଣିକୁ ବିଶୋଧନ କରି ବ୍ୟବହାର କରିବା ପାଇଁ କୁହାଯାଇଛି । ପୂର୍ବରୁ ମାଝିଗୁଡ଼ାରେ ଜରରେ ବହୁ ଲୋକ ଆକ୍ରାନ୍ତ ହୋଇଥିବା ଖବର ସ୍ୱାସ୍ଥ୍ୟ ବିଭାଗ ଜାଣିପାରି ଏହି ପରି ପଦକ୍ଷେପ ନେଇଥିବା ଜଣାପଡିଛି । ବିଦ୍ୟାଳୟ  ଛାତ୍ରଛାତ୍ରୀ ମାନଙ୍କୁ ଭିକ୍ଟୋରିଆ ରୋଗରୁ ମୁକ୍ତ ପାଇଁ ପରୀକ୍ଷା କରାଯାଉଛି। ଯେଉଁ ପରିବାରରେ ମସାରି ନାହିଁ ସେହିମାନେ ନଡ଼ିଆତେଲ ରେ ନିମ୍ବ ପତ୍ର ଫୁଟାଇ ଦେହରେ ଲଗାଇଲେ ମ୍ୟାଲେରିଆ ରୁ ମୁକ୍ତ ପାଇବେ ବୋଲି ସଚେତନତା କରାଯାଉଛି । ଘର ଚତୁଃପାର୍ଶ୍ୱ ସଫାସୁତରା ରଖିବା,ଖାଇବା ପୂର୍ବରୁ ଓ ଶୌଚ ପରେ ହାତକୁ ଭଲ ଭାବରେ ସାବୁନ ରେ ଧୋଇବା ,ଗରମ ପାଣି ବ୍ୟବହାର କରିବା,ଗରମ ରନ୍ଧା ଖାଦ୍ୟ ଖାଇବା ,ମସାରି ଟାଣି ଶୋଇବା ଭଳି ବିଭିନ୍ନ ବିଷୟରେ ସଚେତନତା କରିଥିଲେ ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories