ରାଉରକେଲାର ୨ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା
ଭୁବନେଶ୍ବର : ଝାଡଖଣ୍ଡ ଟ୍ରେନ୍ ଟ୍ରାଜେଡିରେ ଦକ୍ଷିଣ ପୂର୍ବ ରେଳପଥ ମୃତକଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛି । ରାଉରକେଲାର ୨ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା ହୋଇଛି । ଗୁରୁତରଙ୍କୁ ୫ ଲକ୍ଷ ଓ ୮ ସାମାନ୍ୟ ଆହତଙ୍କୁ ଲକ୍ଷେ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । କହିରଖୁଛୁ ଚକ୍ରଧରପୁର ରେଳମଣ୍ଡଳ ଅନ୍ତର୍ଗତ ରାଜଖରସୁଆଁ ନିକଟରେ ହୋଇଥିବା ରେଳ ଦୁର୍ଘଟଣାରେ ରାଉରକେଲାର ଦୁଇ ଜଣ ଯୁବକ ପ୍ରାଣ ହରାଇଥିଲେ ।
Comments are closed.