www.samajalive.in
Monday, December 15, 2025
16.1 C
Bhubaneswar

ସପ୍ତମ ଦିନରେ ପହଞ୍ଚିଲା ଅଧ୍ୟାପକ ଓ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ଚାନ୍ଦବାଲି : ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ, କର୍ମଚାରୀ ସଙ୍ଘର ନିଷ୍ପତି କ୍ରମେ ସାରା ରାଜ୍ୟରେ ମହାବିଦ୍ୟାଳୟ ଗୁଡିକରେ ସଙ୍ଘ ସଭାପତି ବିଶ୍ୱରଂଜନ ଦାସଙ୍କ ନେତୃତ୍ୱରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦିଆଯାଇଥିବା କଲମ ଛାଡ଼ ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଛି। ଏହି ପରିପେକ୍ଷୀରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ମହାବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି।  ୭ ଦିନ ହେଲାଣି କଲମ ଛାଡ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଧାରଣାରେ ବସିରହିଛନ୍ତି ଆନ୍ଦୋଳନକାରୀ ଅଧ୍ୟାପକ ଓ ଅଧ୍ୟାପିକା। ଫଳରେ ମହାବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସହ ଅନ୍ୟାନ୍ୟ ଅଫିସ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ ଭାବେ ଠପ ହୋଇପଡିଛି । ଆନ୍ଦୋଳନରତ କର୍ମଚାରୀଙ୍କୁ ସମର୍ଥନ ଜଣାଇ ବର୍ଷାରେ ଧାରଣାସ୍ଥଳରେ ସୋମବାର ପହଂଚିଥିଲେ ଚାନ୍ଦବାଲି ଏନଏସି ଅଧକ୍ଷା ଶାନ୍ତିଲତା ସେଠୀ। ଶ୍ରୀମତୀ ସେଠୀ ଆନ୍ଦୋଳନରେ ବସିବା ସହ ଆନ୍ଦୋଳନରେ ବସିଥିବା କର୍ମଚାରୀ ମାନଙ୍କ ସହ ଆଲୋଚନା କରିବା ସହ ଏ ବାବଦରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ନେଇ ପ୍ରକାଶ କରିଥିଲେ।

ତେବେ ଏ ବାବଦରେ ମହାବିଦ୍ୟାଳୟ ଅଧକ୍ଷଙ୍କ ସହ ଯୋଗାଯୋଗ କରିବାରୁ ୪୦ ରୁ ଉର୍ଦ୍ଧ କର୍ମଚାରୀ ଏକକାଳୀନ ଆନ୍ଦୋଳନରେ ବସିବା ଫଳରେ ମହାବିଦ୍ୟାଳୟ ପରିଚାଳନାରେ ସମସ୍ୟା ସୃଷ୍ଟି ହେବା ଏବଂ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ବ୍ୟାଘାତ ହେଉଥିବା ପ୍ରକାଶ କରିଛନ୍ତି। ତୁରନ୍ତ ସରକାର କର୍ମଚାରୀ ମାନଙ୍କ ଦାବିଗୁଡିକୁ ବିଚାରକୁ ନେବା ସହ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଧକ୍ଷ ସଂଜୀବ କୁମାର ବେହୁରା। ଏଥିରେ ସତ୍ୟପ୍ରକାଶ ବେହେରା, ଦେବାଶିଷ ମହାନ୍ତି, ହେମନ୍ତ କୁମାର ସାହୁ, ସୁଜିତ କୁମାର ଖୁଣ୍ଟିଆ, ରାଜେଶ ସାହୁ, ରତି ରଞ୍ଜନ ସାହୁ, ବିଭୁତି ଭୂଷଣ ସାହୁ, ବିକ୍ରମ ପ୍ରଧାନ, ବସନ୍ତ ଦାସ, ସେକ ରହିମୁଦ୍ଦିନ, ପ୍ରଭାତୀ ବାରିକ, ପ୍ରିୟଙ୍କା ବାରିକ, ଜ୍ୟୋସ୍ନାରାଣୀ ଦାସ, ସବିତା ପରିଡା, ଲଳିତା ମଲ୍ଲିକ, ସାବିତ୍ରୀ ନାୟକ,ଚିନ୍ମୟ ସାହୁ, ପ୍ରଦୀପ ମଲ୍ଲିକ, ଜିତେନ୍ଦ୍ର ସାହୁ, ଅରୋଶିଷ କୁଆଁର, ବିଜୟିନୀ ପାଣି, ସାଗରିକ ବେହେରା, ଝରଣା ରାଣୀ ମଣ୍ଡଳ ଓ ହେମା ବାରାଇ ଉପସ୍ଥିତ ଥିଲେ ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories