www.samajalive.in
Monday, December 15, 2025
26.1 C
Bhubaneswar

କମ୍ପ୍ୟୁଟର ବିଜ୍ଞାନରେ ଚମକିଲେ ବିଶ୍ୱ ବିନାୟକ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ

ପାଟଣା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱ ବିଦ୍ୟାଳୟର +୩ ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶିତ ହୋଇଥିବା ବେଳେ କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ଖିରେଇଟାଙ୍ଗିରୀ ସ୍ଥିତ ବିଶ୍ୱ ବିନାୟକ ଡିଗ୍ରୀ କଲେଜର ଛାତ୍ର ଛାତ୍ରୀମାନେ ଶ୍ରେଷ୍ଠ ଫଳାଫଳ ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ହୋଇଥିବା ଫଳାଫଳ ଅନୁସାରେ ବିଶ୍ୱ ବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଏହି ମହାବିଦ୍ୟାଳୟର ୫ ଜଣ ଛାତ୍ର ଛାତ୍ରୀ ଏହି ତାଲିକାରେ ଅଛନ୍ତି । ପ୍ରଥମ ଦଶ ଜଣଙ୍କ ମଧ୍ୟରେ ମହାବିଦ୍ୟାଳୟର ଛାତ୍ରୀ ଚିନ୍ମୟୀ ମହାନ୍ତ ଏହି ବିଭାଗର ପରୀକ୍ଷା ଫଳରେ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ରାଙ୍କ ହାସଲ କରିଛନ୍ତି । ସେହିପରି ସତ୍ୟବ୍ରତ ମହାନ୍ତ ତୃତୀୟ ରାଙ୍କରେ, ଦେବସ୍ମିତା ମହାନ୍ତ ୫ମ ରାଙ୍କ ହାସଲ କରିଛନ୍ତି । ସୁରାଧୀଶ ମହାନ୍ତ ସପ୍ତମ ରାଙ୍କ, ଇପସିତା ମହାନ୍ତ ଅଷ୍ଟମ ରାଙ୍କ ହାସଲ କରି କୃତିତ୍ୱ ହାସଲ କରିଛନ୍ତି । କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ଚଳିତ ଥର ଏହି ମହାବିଦ୍ୟାଳୟର ୫୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ୍ ୪୬ ଜଣ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀ ଓ ଡିଷ୍ଟିଙ୍କ୍ ସନରେ ଉତ୍ତୀର୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୫ ଜଣ ଛାତ୍ର ଛାତ୍ରୀ ଏ -ପ୍ଲସ ଗ୍ରେଡ ହାସଲ କରିଛନ୍ତି ।

ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଚିନ୍ମୟୀ ମହାନ୍ତ ପରୀକ୍ଷା ଫଳାଫଳ ପ୍ରକାଶିତ ହେବା ପରେ ପ୍ରସନ୍ନତା ବ୍ୟକ୍ତ କରିବା ସହ ଏହି ସଫଳତା ପାଇଁ ତାଙ୍କର ପରିବାର ବର୍ଗ ଓ ମହାବିଦ୍ୟାଳୟର ଅଧ୍ୟାପକ – ଅଧ୍ୟାପିକା ମାନଙ୍କୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି ଯେ ମହାବିଦ୍ୟାଳୟର ଶିକ୍ଷାଦାନ ଅତ୍ୟନ୍ତ ଉଚ୍ଚକୋଟିର ଓ ଅଧ୍ୟାପକ- ଅଧ୍ୟାପିକାମାନେ ଛାତ୍ରଛାତ୍ରୀମାନଙ୍କ ପ୍ରତି ଅତିରିକ୍ତ ଧ୍ୟାନ ଦେଇଥିବା କାରଣରୁ ଏହି ସଫଳତା ମିଳି ପାରିଛି ବୋଲି ସେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି । ବିଶ୍ୱ ବିନାୟକ ଡିଗ୍ରୀ କଲେଜରେ ପାଠପଢା ହେବା ସହିତ କମ୍ପ୍ୟୁଟର ବିଜ୍ଞାନ ସହ ସମ୍ପର୍କିତ ବିଭିନ୍ନ ସେମିନାରମାନ ବିଭିନ୍ନ ସମୟରେ ଆୟୋଜିତ ହେବା ଓ ଆଇଟି କ୍ଷେତ୍ରର ବିଶେଷଜ୍ଞ ମାନଙ୍କର ସହ ବିଚାର ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ । ଏହା ତାଙ୍କୁ ଓ ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ବହୁଳ ମାତ୍ରାରେ ସାହାଯ୍ୟ କରିଛି ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରବି ନାରାୟଣ ମହାନ୍ତ ପରୀକ୍ଷା ଫଳାଫଳକୁ ନେଇ ପ୍ରସନ୍ନତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ ସପ୍ତାହାନ୍ତରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ପରୀକ୍ଷା ଆୟୋଜିତ କରାଯାଇଥାଏ । ଏହା ବାଦ ବିଭିନ୍ନ ବିଶେଷଜ୍ଞ ମାନଙ୍କ ସହ ତାଙ୍କର ଆଲୋଚନା କାର୍ଯ୍ୟକ୍ରମ ମାନ ଆୟୋଜିତ କରାଇଥାଉ । ଏପରିକି ଗତ କିଛି ବର୍ଷ ହେଲା ଆମେ ଛାତ୍ରଛାତ୍ରୀମାନଙ୍କ କିଭଳି ପ୍ଲେସମେଂଟ ହୋଇ ପାରିବ ସେ ନେଇ ମଧ୍ୟ କାମ କରୁଛୁ । ଏହି ମହା ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ବର୍ତ୍ତମାନ ଦିଲ୍ଲୀ, ଭୁବନେଶ୍ୱର, କୋଲକାତା ଓ ସ୍ଥାନୀୟ କେନ୍ଦୁଝର ଅଞ୍ଚଳରେ ବିଭିନ୍ନ ସଫ୍ଟୱେର ଡେଭଲପମେଂଟ କ୍ଷେତ୍ରରେ କାମ କରୁଛନ୍ତି । ସେହିପରି ଏହି କଲେଜର ରସାୟନ ବିଜ୍ଞାନରେ ୯ ଜଣ ଛାତ୍ର ଛାତ୍ରୀ ଓ ପଦାର୍ଥ ବିଜ୍ଞାନରେ ଜଣେ ଛାତ୍ର ସମ୍ମାନ ସହ ଡିଷ୍ଟିଙ୍କସନରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ରୋଜଗାର ଯୋଗାଇଛି ଜିଆଖତ, ଆତ୍ମନିର୍ଭରଶୀଳ ହୋଇଛନ୍ତି ୧୦୫ ପରିବାର 

- Advertisement -

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories