ସମାଜ ଡିଜିଟାଲ ଡେସ୍କ: ନାଇଜେରିଆର ନାଇଜର ରାଜ୍ୟରେ ପ୍ରବଳ ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ବିତ୍ପାତରେ ୮୮ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବଜାର, ଘର ଏବଂ ରାସ୍ତାଘାଟ ସବୁ ଜଳମଗ୍ନ ହୋଇପଡ଼ିଛି। ଜନସାଧାରଣ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଗୁରୁବାର ଘଣ୍ଟା ଘଣ୍ଟା ଧରି ପ୍ରବଳ ବର୍ଷା ହେବା ଫଳରେ ହଠାତ ବନ୍ୟା ଆସିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି।
ବନ୍ୟାରେ ମୋକଓ୍ବା ନାମକ ସହର ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ସ୍ରୋତରେ ବହୁ ଘର ନଷ୍ଟ ହୋଇଯାଇଛି। ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୮୮ ମୃତଦେହ ଜବତ ହୋଇସାରିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଇଛି।



