ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ସାଲାଗୁଡା ପଞ୍ଚାୟତର ପିସୁପଦର ଗାଁ ନିକଟରେ ୨ଟି ବାଇକ ମୁହାଁମୁହିଁ ଧକ୍କାହେବା ଫଳରେ ଜଣେ ମହିଳାଙ୍କ ସହ ତାଙ୍କର ୨ ବର୍ଷର ଶିଶୁ ପୁତ୍ର ଗୁରୁତର ଆହତ ହେବା ସହ ଅନ୍ୟ ୨ ଜଣ ବାଇକ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଗୋଛାପଡା ଥାନା କଟରିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା କଣାପାଟି ଗାଁର ମେନକା ବେହେରା ତାଙ୍କ ଭାଇ ଦୁଃଶାସନ ବେହେରା ଓ ତାଙ୍କର ଏକ ଦୁଇ ବର୍ଷର ଶିଶୁ ପୁତ୍ର ଏକ ବାଇକରେ କୌଣସି କାମରେସଲା ଗୁଡାଜାଇସଲାଗୁଡାରୁ ନିଜ ଗାଁକୁ ଫେରୁଥିବା ସମୟରେ ପିସୁପଦର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା।
ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଆହତ ଲୋକ ମାନଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିବାରୁ ସେହି ରାସ୍ତାରେ ଅସୁଥୁବା ବିଦ୍ୟୁତ ବିଭାଗର ଏକ ବୋଲେରୋରେ ପ୍ରଥମେ ଗୋଛାପଡା ମେଡିକାଲକୁ ଆଣିଥିଲେ। ପରେ ମା ଓ ଶିଶୁର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।



