ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ୪ଟି ଗ୍ରାମରେ ୨୬ ଟିକିଆ ହାତୀପଲ ଗତରାତି ୪ ଟି ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଇଛନ୍ତି। ରେଙ୍ଗାଳବେଡା ଗ୍ରାମର ନରେନ ମହାନ୍ତ ଘର ଓ ରମାକାନ୍ତ ମହାନ୍ତଙ୍କ ପାଚେରୀ ହାତୀପଲ ଭାଙ୍ଗିଥିବାବେଳେ ଅସନବାହାଳି ଗ୍ରାମର ଚତୁର୍ଭୁଜ ଭୂମିଜ ମାଘୁ ଭୂମିଜଙ୍କ ଘର ଭାଙ୍ଗିବା ସହ ଧାନଚାଉଳ ଖାଇ ଯାଇଛନ୍ତି। ଏହି ହାତୀପଲ ୩ ଦିନ ହେଲା ଅଟେଇ ଜଙ୍ଗଲରୁ ବାହାରି ବିଭିନ୍ନ ଗ୍ରାମରେ ଘର ଭାଙ୍ଗୁ ଥିବାରୁ ସନ୍ଧ୍ୟା ହେଲେ ଆଖପାଖ ଗ୍ରାମରେ ତାଟି କବାଟ ପଡିଯାଉଛି। ଆଜି ଦିନବେଳା ଏହି ହାତୀପଲ ଭିରଳ ନଦୀରେ ଜଳ କ୍ରୀଡ଼ା କରୁଥିବା ବେଳେ ଶହ ଶହ ଅମାନିଆଁ ଏହାକୁ ଦେଖିବା ସହ ହାତୀପଲଙ୍କୁ ଚିଡାଉଥିବା ଦେଖା ଯାଇଥିଲା। ତେବେ ଏହି ହାତୀପଲଙ୍କ ଉପରେ ସାହାରପଡା ବନପାଳ ଭୂପତି କୁମାର ସେଠୀ ବନରକ୍ଷୀ, ଦୀପକ ରଣା ପ୍ରମୁଖ ପାରା କର୍ମଚାରୀ ମାନେ ଏହି ହାତୀପଲଙ୍କ ଉପରେ ନଜର ରଖିଛନ୍ତି।
କମ୍ପ୍ୟୁଟର ବିଜ୍ଞାନରେ ଚମକିଲେ ବିଶ୍ୱ ବିନାୟକ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ



