www.samajalive.in
Monday, December 8, 2025
16.1 C
Bhubaneswar

୨୪ ବର୍ଷ ପରେ ରାଜ୍ୟରେ ଶାସନ ଭାର ପରିବର୍ତ୍ତନ, ଫିଟିବ କି ବିବାଦୀୟ କୋଟିଆ ପଞ୍ଚାୟତର ସମାଧାନର ବାଟ?

ପଟ୍ଟାଙ୍ଗି: ଦୀର୍ଘ ୨୪ ବର୍ଷର ବିଜେଡି ଶାସନ ପରେ ଚଳିତ ନିର୍ବାଚନ ରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ହାସଲ କରି ରାଜ୍ୟରେ ଶାସନ ଭାର ଗ୍ରହଣ କରିଛି। ମୋହନ ଚରଣ ମାଝି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ଦେଶର ନବନିର୍ବାଚିତ ତଥା ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି। ତାଙ୍କର ନାରା ତଥା ସଙ୍କଳ୍ପ ଅନୁସାରେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ରୂପେ ପ୍ରତିଷ୍ଠିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ମୋଦି ଗ୍ୟାରେଣ୍ଟିକୁ ରାଜ୍ୟବାସୀ ବିଶ୍ଵାସକୁ ନେଇ ତାଙ୍କ ସରକାରଙ୍କୁ ବହୁ ମତ ଦେଇ ଶାସନ ଭାର ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟବାସୀ ଓଡ଼ିଶାର ବିକାଶ ସହ ଓଡ଼ିଆଙ୍କ ଅସ୍ମିତାକୁ ନଜରରେ ରଖି ବହୁ ସମାସ୍ୟାର ସମାଧାନର ବାଟ ଖୋଲିବ ବୋଲି ଆଶା ବାନ୍ଧିଛନ୍ତି।

ଆନ୍ଧ୍ର ଓଡ଼ିଶା ସୀମାରେ ଥିବା କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ବିବାଦ ଘେରରେ ରହିଛି। ସିମାନ୍ତ ବିବାଦ ସୁପ୍ରିମକୋର୍ଟରେ ବିଚାରାଧିନ ଥିବା ବେଳେ ଦୀର୍ଘ ୫୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସମାସ୍ୟାର ସମାଧାନର ବାଟ ଖୋଲିପାରି ନାହିଁ। ଗତ ପାଞ୍ଚ ବର୍ଷରେ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଥିଲା। ଗତ ୫ ବର୍ଷରେ ଆନ୍ଧ୍ରର ଅନୁପ୍ରବେଶ ବୃଦ୍ଧି ପାଇଥିବା ବେଳେ ତତ୍କାଳୀନ ରାଜ୍ୟର ବିଜେଡି ସରକାର କୋଟିଆ ପଞ୍ଚାୟତର ସ୍ଵତନ୍ତ୍ର ବିକାଶ ପାଇଁ ୧୫୦ କୋଟି ଟଙ୍କାର ଅନୁଦାନ ଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ। ଏହା ରାଜ୍ୟର ଏକ ଫୋକସ ପଞ୍ଚାୟତରେ ଥିବା ବେଳେ ସେଠାରେ ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ସାଙ୍ଗକୁ ଅଞ୍ଚଳବାସୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମଧ୍ୟ ଯଥେଷ୍ଟ ସୁଯୋଗ ସୃଷ୍ଟି କରାଯାଇଥିଲା। ସୀମା ସୁରକ୍ଷା ପାଇଁ ଥାନା ପ୍ରତିଷ୍ଠା ସହ ପୋଲିସ ଫୋର୍ସ ମୁତୟନ କରାଯାଇଥିଲେ ସୁଦ୍ଧା ବେଆଇନ ଅନୁପ୍ରବେଶ ରୋକିବାରେ ସରକାର ବିଫଳ ହୋଇଥିବା ହେତୁ ଅନୁପ୍ରବେଶରେ ରୋକ ଲାଗି ପାରି ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି।

- Advertisement -

ଗତ ସରକାରରେ ଆନ୍ଧ୍ର ପ୍ରଦେଶର ୟାଇଏସଆର୍ କଂଗ୍ରେସର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ଼ିଙ୍କ ସରକାର ଥିବା ବେଳେ ସାଲୁର ମଣ୍ଡଳମ ଅଧୀନ ବିଧାୟକ ତଥା ଉପମୁଖ୍ୟ ମନ୍ତ୍ରୀ ପି ରାଜନ୍ ଦୋରାଙ୍କ ନିର୍ଦ୍ଦେଶରେ ବାରମ୍ବାର ଅନୁପ୍ରବେଶ ଜାରି ର‌ହିଥଲା। ଓଡିଶା ସରକାର ସିମାନ୍ତବାସୀଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଆସୁଥିବା ବେଳେ ଆନ୍ଧ୍ର କେବଳ ରାସନ୍ ପେନସନ ଭଳି କିଛି ସୁବିଧା ଯୋଗାଇ ନିଜ ଅକ୍ତିଆରକୁ ନେବା ପାଇଁ ରଣକୌଶଳ ଜାରି ରଖିଛି। ସିମାନ୍ତ ବିବାଦର ସମାଧାନ ନ କରି ଉଭୟ ରାଜ୍ୟ ସରକାର ନିଜ ଅକ୍ତିଆରକୁ ନେବା ପାଇଁ ସମସ୍ତ ସୁବିଧା ଅଗ୍ରାଧିକାର ଭିତ୍ତିରେ ଯୋଗାଇ ସିମାନ୍ତ ବିବାଦକୁ ଖୋରାକ ଯୋଗାଇ ଆସୁଥିବା ବୁଦ୍ଧିଜୀବୀ ମ‌ହଲ ମତ୍ତବ୍ୟକ୍ତ କରୁଛନ୍ତି। ଜଣେ ନାଗରିକ କେଉଁ ନିୟମ ଆଧାରରେ ଉଭୟ ରାଜ୍ୟର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସୁବିଧା ହାତେଇ ପାରିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର, ଆନ୍ଧ୍ରରେ ଟିଡିପି ସରକାର ଏବଂ କେନ୍ଦ୍ରରେ ଏନଡିଏ ସରକାର ରହିଛି। ଉଭୟ ରାଜ୍ୟ ସରକାର ଏନଡିଏ ଅଧୀନରେ ଥିବା ହେତୁ ଯଦି ରାଜ୍ୟ ସରକାର ଚାହିଁବେ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆର ବିବାଦୀୟ ୨୧ ଖଣ୍ଡ ଗ୍ରାମ ପୁଞ୍ଜ ର ସମାସ୍ୟାର ସମାଧାନ ର ବାଟ ଖୋଲିପାରିବେ ବୋଲି ସାଧାରଣରେ ଆଲୋଚନା ହେଉଛି। ଉଭୟ ସିମାନ୍ତ ରାଜ୍ୟ ସରକାରଙ୍କୁ ଉଭୟ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଥିବାରୁ ନୂତନ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେଇଥିବା ଉଭୟ ରାଜ୍ୟ ସରକାର ବହୁ ଦିନର ସମାସ୍ୟାର ସମାଧାନ କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କୋଟିଆ ପଞ୍ଚାୟତର ବିବାଦୀୟ ଗ୍ରାମ ପୁଞ୍ଜ ପରିଦର୍ଶନ କରି ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆର ସୁରକ୍ଷା ପାଇଁ ସେହି ସମୟରେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ। ଓଡ଼ିଶାର ଅସ୍ମିତାକୁ ଜୋର ଦେଇ ରାଜ୍ୟରେ ଶାସନ ଭାରକୁ ଆସିଥିବା ବିଜେପି ସରକାର ଏହି ସମାସ୍ୟାର ସମାଧାନ କରି ଏକ ଇତିହାସ ସୃଷ୍ଟି କରନ୍ତୁ ବୋଲି କୋରାପୁଟ ଜିଲ୍ଲା ତଥା ଓଡ଼ିଶା ବାସି ଚାହୁଁଛନ୍ତି। ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ, କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଦୀର୍ଘ ଦଶନ୍ଧିର ସମାସ୍ୟାର କରିବା ଭଳି ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆ ପଞ୍ଚାୟତର ସମାଧାନ କରି ରାଜ୍ୟ ସରକାର ଏକ ଇତିହାସ ସୃଷ୍ଟି କରନ୍ତୁ ଏହାହିଁ ରାଜ୍ୟବାସୀଙ୍କ ଇଛା ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories