www.samajalive.in
Saturday, December 6, 2025
15.1 C
Bhubaneswar

ବଦଳି ନିୟମିତ ପ୍ରକ୍ରିୟା – ଉଚ୍ଚ ନ୍ୟାୟାଳୟ

କଟକ: ୨୦୧୭ରୁ ଜଣେ ସମ୍ବଲପୁର ଦେବୋତ୍ତର ଅତିରିକ୍ତ ସହକାରୀ କମିସନରଙ୍କ କାର୍ଯ୍ୟାଳୟରେ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିବା ରବୀନ୍ଦ୍ର କୁମାର ପଟ୍ଟନାୟକ ତାଙ୍କ ବଦଳି ଆଦେଶକୁ ବିରୋଧ କରି ରୁଜୁ କରିଥିବା ମାମଲାକୁ ଉଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ବାରମ୍ବାର ବିଭିନ୍ନ ଆଳରେ ଅଦାଲତଙ୍କ ହସ୍ତକ୍ଷେପ ଜରିଆରେ ନିଜ ବଦଳି ଆଦେଶକୁ ବାତିଲ୍‌‌ କରି ଆସୁଥିବା ବେଳେ ଉଚ୍ଚ ନ୍ୟାୟାଳୟ ଏହି ବଦଳି ସଂକ୍ରାନ୍ତରେ ନିଷ୍ପତ୍ତିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି। ବିଚାରପତି ଶଶିକାନ୍ତ ମିଶ୍ର ଏହି ମାମଲା ଶୁଣାଣି ପରିପ୍ରେକ୍ଷୀରେ ବଦଳି ଚାକିରିରେ ଏକ ନିୟମିତ ପ୍ରକ୍ରିୟା ବୋଲି ମତ​ ଦେବା ସହ ଆବେଦନକାରୀଙ୍କ ପିଟିସନ୍‌‌କୁ ଖାରଜ କରି ଦେଇଛନ୍ତି।

https://samajalive.in/no-summon-to-apple/509354.html

- Advertisement -

୧୯୯୯ ମସିହାରେ ଆବେଦନକାରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ଦେବୋତ୍ତର କମିସନରଙ୍କ କାର୍ଯ୍ୟାଳୟରେ କନିଷ୍ଠ ସହାୟକ ଭାବେ ନିଯୁକ୍ତି ପାଇଥିଲେ। ପ୍ରଥମେ ବ୍ରହ୍ମପୁରକୁ ବଦଳି ପରେ ପୁଣି ଥରେ ସେ ଭୁବନେଶ୍ୱରକୁ ଆସିଥିଲେ। ୨୦୦୬ ମସିହାରେ ତାଙ୍କୁ ସମ୍ବଲପୁର ଦେବୋତ୍ତର ଅତିରିକ୍ତ ସହକାରୀ କମିସନରଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା। ୨୦୧୧ ମସିହାରେ ତାଙ୍କୁ ବରିଷ୍ଠ ସହକାରୀ ପଦକୁ ପଦୋନ୍ନତି ଦିଆଯାଇଥିଲା। ୨୦୧୬ ମସିହାରେ ଭୁବନେଶ୍ୱର କମିସନରଙ୍କ କାର୍ଯ୍ୟାଳୟକୁ ତାଙ୍କୁ ବଦଳି କରାଯାଇଥିଲା। ଏହି ଆଦେଶ ବିରୋଧରେ ସେ ସ୍ୟାଟ୍‌‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ୟାଟ୍‌‌ ଏହି ମାମଲାରେ ରାୟ ପ୍ରକାଶ କରି ଆବେଦନକାରୀଙ୍କୁ ୨୦୧୭ ମାର୍ଚ୍ଚ ପର୍ଯ୍ୟନ୍ତ କୌଣସି ପ୍ରକାର ବଦଳି ନକରିବାକୁ ନିର୍ଦେଶ ଦେଇଥିଲେ। ଏହା ପରେ ଅଧିକ ଗୋଟେ ମାସ ପାଇଁ ତାଙ୍କୁ ସେହି ସ୍ଥାନରେ କାର୍ଯ୍ୟ କରିବା ପାଇଁ ଅନୁମତି ଦେବାକୁ ସେ ଏକ ମିସ୍‌‌କେସ୍‌‌ କରିଥିଲେ। ତାହା ମଧ୍ୟ ଗ୍ରହଣ ହୋଇଥିଲା। ଏହାପରେ ସେ ତାଙ୍କ ପତ୍ନୀଙ୍କ ଅସୁସ୍ଥ ଦର୍ଶାଇ ସମ୍ବଲପୁରରୁ ତାଙ୍କୁ ଅନ୍ୟତ୍ର ବଦଳି ନକରାଇବାକୁ ପୁଣି ଏକ ମାମଲା ରୁଜୁ କରିଥିଲେ। ଏଥିରେ ସ୍ୟାଟ୍‌‌ ଅନ୍ତରୀଣ ଆଦେଶ ଦେଇ ଆବେଦନକାରୀଙ୍କ ବିରୋଧରେ କୌଣସି ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦେଶ ଦେଇଥିଲେ। ୨୦୧୯ ମସିହାରେ ଆବେଦନକାରୀଙ୍କୁ ସହକାରୀ ସେକ୍ସନ୍‌‌ ଅଫିସର ପଦକୁ ପଦୋନ୍ନତି ମିଳିଥିଲା। ପୁନର୍ବାର ଗତ ଜୁଲାଇ ୧୧ ତାରିଖରେ ଆବେଦନକାରୀଙ୍କୁ ସେକ୍ସନ୍‌‌ ଅଫିସର ପଦକୁ ପଦୋନ୍ନତି ମିଳିଥିଲା। ଏହାର ପରଦିନ ଅର୍ଥାତ ୧୨ ତାରିଖରେ ତାଙ୍କର ଭୁବନେଶ୍ୱର ଦେବୋତ୍ତର କମିସନରଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିଲା। ସେ ଡେପୁଟେସନ୍‌‌ରେ କଟକ ଦେବୋତ୍ତର ଅତିରିକ୍ତ ସହକାରୀ କମିସନରଙ୍କ କାର୍ଯ୍ୟାଳୟରେ ଯୋଗେଦବାକୁ କୁହାଯାଇଥିଲା। ପୁନର୍ବାର ଏହି ବଦଳି ଅାେଦଶକୁ ବିରୋଧ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ଜୁଲାଇ ୧୭ରେ ହାଇକୋର୍ଟ ଏହି ମାମଲାର ଅନ୍ତ ଘଟାଇବା ପରିପ୍ରେକ୍ଷୀରେ ଆବେଦନକାରୀଙ୍କ ସ୍ମାରକପତ୍ର ଉପରେ ବିଚାର କରିବାକୁ ଦେବୋତ୍ତର କମିସନରଙ୍କୁ ନିର୍ଦେଶ ଦେଇଥିଲେ। ଦେବୋତ୍ତର କମିସନର ଏହି ସ୍ମାରକପତ୍ରକୁ ଖାରଜ କରିେଦବା ପରେ ଆବେଦନକାରୀ ରିଟ୍‌‌ରେ ହାଇକୋର୍ଟକୁ ଆସିଥିଲେ। ହାଇକୋର୍ଟ ଆବେଦନକାରୀଙ୍କ ପିଟିସନ୍‌‌କୁ ଖାରଜ କରି ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories