ଲଡୁଗାଁ: କୋକସରା ବ୍ଲକ କାଉଡୋଳାରୁ ଲଡୁଗାଁ ସଂଲଗ୍ନ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ କୁସୁମ ଖୁଣ୍ଟି ସନ୍ନିକଟ ବୁଲାଣି ଏବେ ଯାତ୍ରୀଙ୍କ ପାଇଁ ଏକ ମରଣଯନ୍ତା ପାଲଟିଛି। ପ୍ରତ୍ୟହ ଏଠାରେ ଛୋଟ ବଡ ଦୁର୍ଘଟଣା ଘଟୁଥିବା ନଜିର୍ ରୁହେ। ଏହି ବୁଲାଣି ନିକଟେ ନା ଅଛି ସୁରକ୍ଷା ବାଡ଼ ନା ଅଛି ସତର୍କ ସୂଚନା ଫଳକ। ଯାହାଦ୍ୱାରା ଦୈନନ୍ଦିନ ଯାତ୍ରୀ ସମେତ ନୂଆଁ ଲୋକ ମଧ୍ୟ ଏଠାରେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହୋଇଥାନ୍ତି। ପୁଣି ଶନିବାର ସେହି ସ୍ଥାନରେ ଏକ ଦୁର୍ଘଟଣା ଘଟିଛି। କୁସୁମଖୁଣ୍ଟି ଛକ ବୁଲାଣି ନିକଟେ ଭାରସାମ୍ୟ ହରାଇ ଏକ ସ୍କର୍ପିଓ ଗାଡି ଓଲଟି ଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ଶନିବାର ମଧ୍ୟାହ୍ନରେ ଲଡୁଗାଁ ଯାଉଥିବା ସ୍କର୍ପିଓ ଗାଡି ଭାରସାମ୍ୟ ହରାଇ ରାସ୍ତାରୁ ବିଲ ମଧ୍ୟକୁ ଚାଲିଯାଇଥିଲା। ତେବେ ଗାଡିରେ ଥିବା ଡ୍ରାଇଭର ସମେତ ଅନ୍ୟ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି। ସୁରକ୍ଷା ବାଡ଼ ଓ ସତର୍କ ସୂଚନା ନ ଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି।
Popular Categories



