ପାଟଣା: ସାହାର ପଡ଼ା ବ୍ଲକ୍ ଅନ୍ତର୍ଗତ କୁଣ୍ଡଳା ଗ୍ରାମ ପଞ୍ଚାୟତରେ ଉତ୍କଳ ଦିବସ ଅବସରରେ ସରପଞ୍ଚ ଶତ୍ରୁଘ୍ନ ନାଏକଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତ ପରିସରରେ ଥିବା ରାଜୀବ ଗାନ୍ଧୀ ସଭା ଗୃହରେ ଉତ୍କଳ ଦିବସ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ସମିତି ସଭ୍ୟା, ଗ୍ରାମ ରୋଜଗାର ସେବକ, ଓ୍ବାଡ ସଦସ୍ୟ ସଦସ୍ୟା, ସ୍ଵୟଂସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ଏହି ଅବସରରେ ଫୁଲପାହାଡି ଗ୍ରାମର ବିନତୀ ବେହେରା ଓ କୁଣ୍ଡଳା ଗ୍ରାମର ଶୁଭଦ୍ରା ମହାନ୍ତ ଓ ସଞ୍ଜୟ ବେହେରାକୁ ହରିଶ୍ଚନ୍ଦ୍ର ସହାୟତା ରାଶି ୨ହଜାର ଟଙ୍କା ଲେଖାଏଁ ସରପଞ୍ଚ ଶତ୍ରୁଘ୍ନ ନାଏକ ପ୍ରଦାନ କରିଥିଲେ।
ସେହିପରି କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଉତ୍କଳ ଦିବସ ସହ ପ୍ରବେଶ ଉତ୍ସବ ପାଳନ କରାଯାଇଛି। ପ୍ରଧାନ ଆଚାର୍ଯ୍ୟ ଲୋକନାଥ ମହାନ୍ତଙ୍କ ଅଧ୍ୟକ୍ଷତା ଓ ଗୁରୁଜୀ ବୈଲୋଚନ ରାଉତଙ୍କ ସଂଯୋଜନାରେ ଉତ୍କଳ ଦିବସ ସହ ପ୍ରବେଶ ଉତ୍ସବ ପାଳନ କରାଯାଇଛି। ବିଦ୍ୟାଳୟର ପୂର୍ବତନ ଛାତ୍ର ଓମ୍ ପ୍ରକାଶ ଶତପଥୀ ହୋମଯଜ୍ଞ ଓ ପୂଜାପାଠ କରିଥିବା ବେଳେ ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଛାତ୍ର ଛାତ୍ରୀମାନେ ପୂର୍ଣ୍ଣାହୁତି ପ୍ରଦାନରେ ଅଂଶ ଗ୍ରହଣ କରିଥିଲେ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସାରଥୀ ଥିବା ଉତ୍କଳମଣି ଦାସ, ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀରମୋହନ, ପଣ୍ଡିତ ନୀଳକଣ୍ଠ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୀବନୀ ଉପରେ ଏଠାରେ ଆଲୋଚନା କରାଯାଇଥିଲା।



