ସୁନ୍ଦରଗଡ଼ ଭିଜିଲାନ୍ସ ଅଦାଲତର ରାୟ, ପୂର୍ବତନ ବଡ଼ବାବୁଙ୍କୁ ବଡ଼ ଝଟକା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭିଜିଲାନ୍ସ ଅଦାଲତର ସ୍ବତନ୍ତ୍ର ଜଜ୍‌ ରାଜଲକ୍ଷ୍ମୀ ପଟ୍ଟନାୟକ ୨୦୧୪ ମସିହାରେ ଏକ ଲାଞ୍ଚ କାରବାର ମାମଲାର ଶୁଣାଣି କରି ଲେଫ୍ରିପଡ଼ା ତହସିଲର ତତ୍କାଳୀନ ବଡ଼ବାବୁଙ୍କୁ ୪ବର୍ଷ କାରାଦଣ୍ଡାଦେଶ ଦେବା ସହ ତଣ୍ଡ ଦେବାକୁ ନିର୍ଦେଶ ଦେଇଛନ୍ତି। ମିଳିଥିବା ସୂତ୍ରରୁ ପ୍ରକାଶ, ଲେଫ୍ରିପଡ଼ା ତହସିଲ କାର୍ଯ୍ୟାଳୟରେ ଅବସ୍ଥାପିତ ତତ୍କାଳୀନ ବଡ଼ବାବୁ ସୁରେନ୍ଦ୍ର କୁମାର ପଟେଲ (ବର୍ତ୍ତମାନ ବଡ଼ଗାଁ ତହସିଲରେ ବରିଷ୍ଠ ରାଜସ୍ୱ ସହାୟକ) ଭାବେ କାର୍ଯ୍ୟ କରୁଥିବା ଶ୍ରୀ ପଟେଲ ଗତ ୨୮-୧୧-୨୦୧୪ ଦିନ ସେହି ତହସିଲ ଅନ୍ତର୍ଗତ ରାଏଡିହି ନିବାସୀ ସିଦ୍ଧାର୍ଥ କୁମାର ପଟେଲଙ୍କୁ ତାଙ୍କ ବଡ଼ବାପା ନାମରେ ଥିବା ଜମି ସତ୍ତ୍ଵ କାଗଜପତ୍ର ଦେବା ପାଇଁ ୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ବିଭାଗ ପରବର୍ତ୍ତୀ ସମୟରେ ପଟେଲଙ୍କ ନାମରେ ଅଦାଲତରେ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଆଜି ସ୍ବତନ୍ତ୍ର ଜଜ୍‌ ସୁଶ୍ରୀ ପଟ୍ଟନାୟକ ଏହି ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ତତ୍କାଳୀନ ବଡ଼ବାବୁ ପଟେଲଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ହଜାର ଟଙ୍କା ତଣ୍ଡ ଗଣିବା ପାଇଁ ରାୟ ଶୁଣାଇବା ସହ ତଣ୍ଡ ଅନାଦେୟ ଅଧିକ ୧ମାସ କାରାଦଣ୍ଡ ଭୋଗିବା ପାଇଁ ସ୍ପଷ୍ଟ କରିଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପିପି ଶ୍ୟାମ ସୁନ୍ଦର ମିଶ୍ର ମୋକଦ୍ଦମା ପରିଚାଳନା କରିଥିଲେ। ରାୟ ପରେ ଶ୍ରୀ ପଟେଲଙ୍କୁ ଜେଲ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

Comments are closed.