www.samajalive.in
Monday, December 15, 2025
15.1 C
Bhubaneswar

ନରସିଂହ ସ୍ୱାଇଁ ପୁଲିସ ହାଇସ୍କୁଲର ବାର୍ଷିକୋତ୍ସବ

କେନ୍ଦୁଝରଗଡ଼: ନରସିଂହ ସ୍ୱାଇଁ ପୁଲିସ ହାଇସ୍କୁଲର ବାର୍ଷିକୋତ୍ସବ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସମୟର ସଦୁପଯୋଗ କରିବା ସହ ପିତାମାତାଙ୍କ ପ୍ରତି ଉପଯୁକ୍ତ ଯତ୍ନ ନେବା ଏବଂ ଜନ୍ମଦିନରେ ଚାରାରୋପଣ କରି ପରିବେଶ ସୁରକ୍ଷାରେ ସହାୟକ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସଦର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ମାନସ ରଞ୍ଜନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କଠିନ ଅଧ୍ୟବସାୟ ଓ ଦୃଢ଼ ପରିଶ୍ରମ ବଳରେ ଛାତ୍ରଛାତ୍ରୀ ଲକ୍ଷ୍ୟ ହାସଲ କରିବାକୁ ଆହ୍ୱାନ ଦେଇଥିଲେ। ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଡମ୍ବରୁଧର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସାମ୍ପ୍ରତିକସ୍ଥିତିରେ ଯୋଗର ଆବଶ୍ୟକତା, ବ୍ରହ୍ମଚର୍ଯ୍ୟ ପାଳନ, ନୈତିକ କର୍ତ୍ତବ୍ୟ ପାଳନ କରିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଛଳରେ ଏହା କହିଥିଲେ। ପ୍ରାରମ୍ଭରେ ଶିକ୍ଷୟିତ୍ରୀ ମଧୁସ୍ମୀତା ଚକ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ସଞ୍ଜୟ କୁମାର ସାମଲ ବିବରଣୀ ପାଠ କରିଥିଲେ। ସହକାରୀ ଶିକ୍ଷକ ବିଜୟ କୁମାର ବେହେରା ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କାର ପ୍ରଦାନ କରିଥିଲେ। ୨୦୨୨ ଶ୍ରେଷ୍ଠ ମାଟ୍ରିକ୍ୟୁଲେଟ୍‌‌ ଭାବେ ରୋହିତ କୁମାର ସାହୁ ଏବଂ ଚଳିତବର୍ଷର ଶ୍ରେଷ୍ଠ ଛାତ୍ର ଭାବେ ବିଶ୍ୱଜିତ ସେଠୀଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ଗୁରୁଦେବ ମହାନ୍ତ, ବିବେକାନନ୍ଦ ରାଉତ, ପ୍ରଦୀପ୍ତ ଦେହୁରୀ, ତନ୍ମୟ ରାଉତ, ଶିକ୍ଷୟିତ୍ରୀ ମମତାରାଣୀ ମହାନ୍ତ, ସାଗରିକା ସାହୁ, ଯାତ୍ରୀ ମହାନ୍ତ, ଭାଗ୍ୟଶ୍ରୀ ମହାନ୍ତ ପ୍ରମୁଖ ଉତ୍ସବ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିବା ବେଳେ ହିନ୍ଦୀ ଶିକ୍ଷକ କମଳଲୋଚନ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories