www.samajalive.in
Sunday, December 14, 2025
26.1 C
Bhubaneswar

ମା’ ତାରିଣୀଙ୍କ ୮୭ତମ ପ୍ରସିଦ୍ଧ ଚଇତି ପର୍ବ

କେନ୍ଦୁଝରଗଡ଼: ଅପ୍ରେଲ ୯ରୁ ୧୫ ତାରିଖ ଦୀର୍ଘ ୭ ଦିନ ବ୍ୟାପୀ ଘଟଗାଁସ୍ଥିତ ମା’ ତାରିଣୀଙ୍କ ୮୭ତମ ପ୍ରସିଦ୍ଧ ଚଇତି ପର୍ବ ପାଳନ ନିମନ୍ତେ ମା’ତାରିଣୀ ଠାକୁରାଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଇତି ପର୍ବ ଅବସରରେ ମା’ଙ୍କ ପୀଠରେ ପ୍ରତିଦିନ ମା’ଙ୍କ ମାଜଣା, ମଙ୍ଗଳ ଆଳତୀ, ସୁନାବେଶ, ହୋମଯଜ୍ଞ, ଭାଗବତ ପାରାୟଣ, ଚଣ୍ଡିପାଠ ଓ ସତ୍ୟ ନାରାୟଣ ପୂଜା ଆଦି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଟ୍ରଷ୍ଟ ପକ୍ଷରୁ ୭ ଦିନ ବ୍ୟାପୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅପ୍ରେଲ ୯ରୁ ୧୫ ତାରିଖ ପ୍ରତ୍ୟ ରାତିରେ ଗାୟକ ଯୁବ ସମ୍ରାଟ ନୃସିଂହ ଚରଣ ହୋତା ଓ ଗାୟକ ଜ୍ଞାନ ବାରିଧୀ ଭାସ୍କର ଚନ୍ଦ୍ର ସାହୁଙ୍କ ମଧ୍ୟରେ ବାଦିପାଲା ଅନୁଷ୍ଠିତ ହେବ। ସେହିଭଳି ଅପ୍ରେଲ ୧୦ ଓ ୧୧ ତାରିଖ ଖୋର୍ଦ୍ଧା ନବୀନ ବାଗର ଡ. ଗୁରୁପ୍ରସାଦ ମହାପାତ୍ର, ୧୨ ତାରିଖ ଭୁବନେଶ୍ୱରର କୁନି ପ୍ରବଚକ କେଶବ ଦାସ ଦ୍ୱିତୀ କ୍ରୀଷ୍ଣ, ୧୩ ତାରିଖ ଭୁବନେଶ୍ୱରର ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ୧୪ ଓ ୧୫ ତାରିଖ ଭୁବନେଶ୍ୱରର ପ୍ରମୋଦ କୁମାର ପୃଷ୍ଟି ଧର୍ମ ପ୍ରବଚନ ପ୍ରଦାନ କାର୍ଯ୍ୟକ୍ରମ ରହିଛି। ଏତଦ୍‌‌ବ୍ୟତୀତ ସପ୍ତାହବ୍ୟାପୀ ପ୍ରତିଦିନ ଦିନବେଳା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଧ୍ୟାତ୍ମିକ ନୃତ୍ୟ, ଲୋକ ନୃତ୍ୟ, ପାଇକ ଆଖଡା, ମାଲଖମ୍ବ, ଘୋଡା ନାଚ, ସମ୍ବଲପୁରୀ ନୃତ୍ୟ ଏବଂ ପବିତ୍ର ପଣା ସଂକ୍ରାନ୍ତି ଦିନ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ସୁର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅଖଣ୍ଡ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ମା’ତାରିଣୀ ଠାକୁରାଣୀଙ୍କ ଏହି ପ୍ରସିଦ୍ଧ ଚଇତି ପର୍ବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇ ମା’ଙ୍କ ସାନିଧ୍ୟ ଲାଭ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସୁଯୋଗ ନେବାକୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories