www.samajalive.in
Monday, December 15, 2025
17.1 C
Bhubaneswar

କଣ୍ଟାବାଞ୍ଜି ଜିଲ୍ଲା ଦାବି ନେଇ ସଂଘର୍ଷ ସମିତି ବୈଠକ, ଆଗାମୀ ୨୫ରେ ବନ୍ଦ ଡାକରା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ବିଭିନ୍ନ ସମୟରେ ସ୍ଥାନୀୟ ଜିଲ୍ଲା ସଂଘର୍ଷ ସମିତି ଦାବି କରୁଛି। ଆଜି ଜିଲ୍ଲା ସଂଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ହରିଭବନ ଠାରେ ଗୋଟିଏ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ବଙ୍ଗୋମୁଣ୍ଡା, ତୁରେକେଲା ଓ ମୁରିବାହାଲ ବ୍ଲକର ଅନେକ ପଦ ପଦବୀରେ ଥିବା ବ୍ୟକ୍ତି ବିଶେଷ ଯୋଗ ଦେବା ସହିତ ସଂଘର୍ଷ ସମିତି ସମ୍ପାଦକ ଦୁଖୀଶ୍ୟାମ ଗୁରୁ, କାର୍ଯ୍ୟକାରି ସଭାପତି ବ୍ରାଜଶ୍ୟାମ ଗୁରୁ, କୋଷାଧ୍ୟକ୍ଷ ଅଜୟ ଅଗ୍ରୱାଲ, ସଦସ୍ୟ ପ୍ରେମ ବାଗ, ସହଦେଵ ନାଗ ଉପସ୍ଥିତ ରହିଥିବା ବେଳେ କଣ୍ଟାବାଞ୍ଜି ନଗରପାଳ ବରିୟାମ ସିଂ ସାଲୁଜା, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ଲକ୍ଷ୍ମଣ ବାଗ ଯାଦବ, ତୁରେକେଲା ବ୍ଲକ ସରପଞ୍ଚ ସଙ୍ଘ ସଭାପତି ଜଳନ୍ଧର ମହାକୁଡ଼, ପ୍ରମୋଦ ମହାପାତ୍ର, ତୁରେକେଲା ବ୍ଲକ ଗଣ୍ଡ ସମାଜ ସଭାପତି ତଥା ସମିତି ସଭ୍ୟ ଗିରିରାଜ ସିଂ ମାଝୀ, ବଙ୍ଗୋମୁଣ୍ଡାରୁ ଆଇନଜୀବୀ ଉଦ୍ଧବ ବେହେରା, ସତ୍ୟ ନାରାୟଣ ରାଏ, ଅବସର ଶିକ୍ଷାବିତ ଗୁଣନିଧି ରାଉତରାୟ, କୁଞ୍ଜ ବିହାରୀ ବେହେରା, ନରେନ୍ଦ୍ର ସୁନା, ଦାମଦୋର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୨୫ ମାର୍ଚ୍ଚ ଦିନ ସାମୁହିକ ଦୋକାନ ବଜାର ବନ୍ଦ କରାଯିବ। ନିଜ ନିଜ ଘର ଉପରେ ଜିଲ୍ଲା ଦାବିକୁ ନେଇ ଗୋଟିଏ ଗୋଟିଏ ପାମ୍ପଲେଟ ଲଗାଯିବା ସହିତ ଜିଲ୍ଲା ଦାବୀକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟର ମାଧ୍ୟମରେ ଜଣେଇବାକୁ ନିର୍ଣ୍ଣୟ ନିଆଯାଇଥିଲା। କଣ୍ଟାବାଞ୍ଜି ଜିଲ୍ଲା ଦାବିକୁ ନେଇ ବଙ୍ଗୋମୁଣ୍ଡା, ତୁରେକେଲା ଓ ମୁରିବାହାଲରୁ ମଧ୍ୟ ପୂର୍ଣ ସହଯୋଗ କରିବେ ବୋଲି ଜିଲ୍ଲା ସଂଘର୍ଷ ସମିତି ସଭାପତି ଶେଷଦେବ ପୁଟେଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories