www.samajalive.in
Monday, December 15, 2025
15.1 C
Bhubaneswar

ଦେବୋତ୍ତର ବିଭାଗ ପରିଚାଳନା ପରିଷଦ ବୈଠକ

ସାକ୍ଷୀଗୋପାଳ: ଶ୍ରୀ ଶ୍ରୀ ସତ୍ୟବାଦୀ ଗୋପୀନାଥ ଦେବ ଦେବୋତ୍ତର ବିଭାଗ ପରିଚାଳନା ପରିଷଦ ବୈଠକ ସାକ୍ଷୀଗୋପାଳ ପାନ୍ଥଶାଳା ପରିସରରେ ଅନୁଷ୍ଠିତ ହୋଇଥିଲା। ପରିଚାଳନା ପରିଷଦ ସଭାପତି ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ତହସିଲଦାର ଜୟନ୍ତ କୁମାର ଜୟ ସିଂ, ବିଡ଼ିଓ ଲୋଚନ ଦାସ, ଆଇଆଇସି ବିଜୟ କେତନ ବେହେରା, ସେବାୟତ ସଙ୍ଘ ସଭାପତି ଶ୍ରୀବତ୍ସ ମହାପାତ୍ର ଓ ସମ୍ପାଦକ ବିଜୟ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ପରିଚାଳନା ପରିଷଦ ତରଫରୁ ନୂତନ କାର୍ୟ୍ୟ ନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କୁ ଫୁଲ ତୋଡ଼ା ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ତୀର୍ଥ ପୁଷ୍କରିଣୀ ରାଧା କୁଣ୍ଡ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଅଧୀନକୁ ଚାଲି ଯାଇଅଛି। ସାକ୍ଷୀଗୋପାଳ ମନ୍ଦିର ଦେବନୀତି ସହିତ ଜଡିତ ଏହି ତୀର୍ଥ ପୁଷ୍କରିଣୀକୁ ମନ୍ଦିର ଅଧୀନକୁ ଅଣାଯିବ। ସେବାୟତ ସ୍ମଶାନ ସ୍ଥାନାନ୍ତର ନିମନ୍ତେ ପେଣ୍ଠପଡା ସରପଞ୍ଚ ଚିନ୍ମୟ କୁମାର ରାଉତ ଓ ଜୟପୁର ସରପଞ୍ଚ ଆରାଧନା ସାମନ୍ତରାୟଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଠାକୁରଙ୍କ ବିଜେ ଦାଣ୍ଡରୁ ଜବର ଦଖଲ ଉଚ୍ଛେଦ କରାଯିବ। ସୈରାତ ନିଲାମ, ପାର୍କିଂ ଫି ବୃଦ୍ଧି, କୋଠ ଭୋଗ ମୂଲ୍ୟ ବୃଦ୍ଧି, କର୍ମଚାରୀଙ୍କ ଦରମା ବୃଦ୍ଧି, ବକୁଳ ବନ ଫାଟକ ମରାମତି, ଧର୍ମଶାଳା ଓ ଏମାର ମଠ ଗୃହ ସଫେଇ, ମନ୍ଦିର ପରିସରକୁ ମୋବାଇଲ, ଛତା, ଜୋତା ଓ କ୍ୟାମେରା ନେଲେ ୧୦୦୦ ଟଙ୍କା ଜୋରିମାନା ଆଦାୟ କରିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର ଓ ସେବାୟତ ମାନେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories