ଗୁଳୁଦୀପସି ଜଙ୍ଗଲରେ ହାତୀପଲ

ପାଟଣା: ତିନିଦିନ ହେଲା ପାଟଣା ବ୍ଲକ ଅଞ୍ଚଳରେ ଡେରା ପକାଇଥିବା ହାତୀପଲ ଗତକାଲି ବିଭିନ୍ନ ଗ୍ରାମର ଚାଷ ଜମିରେ ଧାନ ଫସଲ ଖାଇଯିବା ସହ ନଷ୍ଟ କରିବା ପରେ ଆଜି ଦିନବେଳା ଝାଟିପଡା ନିକଟରେ ଡେରା ପକାଇଥିଲେ। ଅପରାହ୍ନରେ ଏହି ହାତୀପଲ ପାଟଣା-ପିପିଳିଆ ରାସ୍ତାରେ ଅଧ ଘଣ୍ଟାରୁ ଅଧିକ ସମୟ ଠିଆ ହୋଇ ରହିବା ପରେ ଗୁଳୁଦୀପସି ଜଙ୍ଗଲରେ ଥିବା ଜଣାପଡିଛି। ବନବିଭାଗର ସତର୍କତା ସତ୍ୱେ ସାଧାରଣ ଲୋକେ ବହୁ ସଂଖ୍ୟାରେ ରୁଣ୍ଡ ହୋଇ ହାତୀପଲଙ୍କୁ ଚିଡାଉଥିବା ଦେଖାଯାଉଛି। ବନବିଭାଗ ଏହି ହାତୀ ପଲଙ୍କ ଉପରେ ନଜର ରଖିଥିବା ସହ ହାତୀପଲ ଯେପରି ଗ୍ରାମ ମଧ୍ୟକୁ ପଶି ନପାରିବେ ସେନେଇ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି ବନ ବିଭାଗ।

Comments are closed.