ଧାମରାରେ ମେଗା ରକ୍ତଦାନ ଶିବିର, ୨୪୨ୟୁନିଟ ରକ୍ତ ସଂଗ୍ରହ

ଧାମରା: ଧାମରାରେ ଦ୍ୱିବେଦୀ ଫାଉଣ୍ଡେସମ ତରଫରୁ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ମେଗା ରକ୍ତ ଦାନ ଶିବିରରେ ୨୪୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଧାମରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ. ଜନ୍ମେଞୟ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ପରମପୂଜ୍ୟ ପ୍ରେମାନନ୍ଦ ଦାସ ବାବାଜୀ ମହାରାଜ ନିଜ ବକ୍ତବ୍ୟରେ ସମାଜରେ ବଢ଼ୁଥିବା କୁସଂସ୍କାରକୁ ସମାଜରୁ ହଟାଇବାକୁ ଆହ୍ୱାନ ଦେବା ସହ ପରିବେଶକୁ ସନ୍ତୁଳିତ ରଖିବାକୁ ନହେଲେ ଗଛଟିଏ ରୋପଣ କରିବା ଜରୁରୀ ବୋଲି ନିଜର ବକ୍ତବ୍ୟ ରଖିଥିଲେ। ପରେ ରକ୍ତଦାନ କରୁଥିବା ସମସ୍ତ ଦାତା ମାନଙ୍କୁ ଦ୍ୱିବେଦୀ ଫାଉଣ୍ଡେସନ ତରଫରୁ ଏକ ଚାରା ଗଛ ପ୍ରଦାନ କରାଯାଇଥିଲା। ଏହି ଶିବିରରେ୨୪୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଦ୍ୱିବେଦୀ ଫାଉଣ୍ଡେସନର ତୃତୀୟ ବର୍ଷରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ଦିନରେ ଏହି ଅଂଚଳରେ ବହୁ ସାମଜିକ କାର୍ୟ୍ୟ ଏହି ସଂସ୍ଥା କରିବ ବୋଲି ସଂସ୍ଥାର ପ୍ରତିଷ୍ଠାତା ସୁବାଶୀଷ ଦ୍ୱିବେଦୀ ମତ ରଖିଥିଲେ।

Comments are closed.