www.samajalive.in
Monday, December 15, 2025
15.1 C
Bhubaneswar

ଚପଳା ଫାଉଣ୍ଡେସନର ଅଭିନଵ ପ୍ରୟାସ, ମହିଳାମାନଙ୍କୁ ସୁରକ୍ଷିତ ଗମନାଗମନ ସୁବିଧା ଯୋଜନା

ଡେସ୍କ: “ଚପଳା ଫାଉଣ୍ଡେସନ” ନାମକ ଏକ ସ୍ବେଛାସେବୀ ଅନୁଷ୍ଠାନ ଅଭିନବ ଉପାୟରେ ସମାଜ ପାଇଁ କାମ କରିବାକୁ ଆଗେଇ ଆସିଛି। ସାଧାରଣତଃ ଅନେକ ଅନୁଷ୍ଠାନ ଗୋଟିଏ କାମ ଉପରେ ଗୁରୁତ୍ୱ ଦେଇଥାନ୍ତି, କିନ୍ତୁ ଚପଳା ଫାଉଣ୍ଡେସନ ଦୁଇଟି ସେବାକୁ ସମାନ ଭାବେ ଗୁରୁତ୍ୱ ଦେଇ ଆଗକୁ ବଢିବା ପାଇଁ ଅଣ୍ଟା ଭିଡିଛି। ଅନୁଷ୍ଠାନର ପ୍ରଥମ ସେଗମେଣ୍ଟର କାମ ହେଉଛି ମଧ୍ୟବିତ୍ତ ପରିବାରର ପିଲାମାନଙ୍କ ପାଇଁ “ନେତାଜୀ ଛାତ୍ର ବୃତ୍ତି” ଯୋଜନା ଏବଂ ଦ୍ଵିତୀୟ ଟି “ଭାଇ”। ଅନେକ ମଧ୍ୟବିତ୍ତ ଶ୍ରେଣୀର ଅଭିଭାବକଙ୍କ ପିଲାମାନେ ସ୍କୁଲରେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି, ଅଭିଭାବକମାନଙ୍କୁ ଅପମାନିତ ହେବାକୁ ପଡୁଛି। ଅଙ୍ଗେ ନିଭେଇଥିବା ଅନୁଭୂତିକୁ ନେଇ କେତେ ଜଣ ଅଭିଭାବକ ଆଜି ଏପରି ଏକ ସେବାର ପରିକଳ୍ପନା କରିଛନ୍ତି। ବର୍ତ୍ତମାନ ଭୁବନେଶ୍ୱରର ୨୦ ଜଣଙ୍କୁ “ନେତାଜୀ ଛାତ୍ର ବୃତ୍ତି” ଦେବାକୁ ସ୍ଥିର କରିଛନ୍ତି। ଏହା ସମଗ୍ର ଓଡ଼ିଶାରେ ଲାଗୁହେବ ବୋଲି ଅନୁଷ୍ଠାନର ଯୋଜନା ଅଛି। ଯାହା ଦ୍ୱାରା ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ହେବେ ନାହିଁ କିମ୍ବା ଅଭିଭାବକ ସ୍କୁଲ ଫିସ ନ ଦେଇ ଲଜ୍ଜିତ ହେବେ ନାହିଁ।

ଦ୍ଵିତୀୟ ସେଗମେଣ୍ଟ “ଭାଇ” ଦ୍ୱାରା ମହିଳାମାନେ ବିଳମ୍ବିତ ରାତ୍ରୀରେ ସୁରକ୍ଷିତ ଭାବେ ଗୋଟିଏ ସ୍ଥାନରୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। ଯାହା ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସେବା ଲାଗୁ ହେବ। ଏସବୁ ସେବାକୁ ଜଣେ ଅନୁଭବୀ ହିଁ ପରିକଳ୍ପନା କରିପାରନ୍ତି। ତେଣୁ ଚପଳା ଫାଉଣ୍ଡେସନର ଅଧ୍ୟକ୍ଷା ଚପଳା ଜେନା ଏବଂ ସଭ୍ୟ ମାନେ ସମାଜ ପାଇଁ ଏପରି ଏକ ଯୋଜନା ପରିକଳ୍ପନା କରିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ଏବଂ ପ୍ରଶଂସନୀୟ। “ଭାଇ” ଯୋଜନା ଆସନ୍ତା ୧୪ ମାର୍ଚ୍ଚରୁ ଶୁଭାରମ୍ଭ ହେବ। “ଭାଇ”ର ସାହାଯ୍ୟ ପାଇଁ ଏକ ହ୍ଵାଟ୍ସଆପ୍ ନମ୍ବର 9777277416 ଜାରି କରିଛନ୍ତି ଯାହା ରାତି ୧୧ରୁ ସୁବିଧା ଉପଲବ୍ଧ ହେବ ବୋଲି ପ୍ରେସ ସାକ୍ଷାତକାରରେ ଚପଳା ଫାଉଣ୍ଡେସନର ସଭ୍ୟ ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories