www.samajalive.in
Sunday, December 14, 2025
23.1 C
Bhubaneswar

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ହମ୍ପ୍ସ ନିର୍ମାଣ ଦାବି କଲେ ଉତ୍ୟକ୍ତ ଜନତା

ବଡ଼ମ୍ବା : ବାଇକ ସହିତ ବାଇକ ଧକ୍କାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ହେଲେ ଏହି ବ୍ଲକ ଅନ୍ତର୍ଗତ ବାରିମୁଳ ଗ୍ରାମର ପଦ୍ମନାଭ ପ୍ରଧାନଙ୍କ ପୁତ୍ର ଟୁକୁନା ପ୍ରଧାନ(୪୦)। ମୃତକ ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଫେରୁଥିବା ବେଳେ ଧୋବଣୀନାଳ ନିକଟରେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାଯାଇଛି । ଏହି ଘଟଣାକୁନେଇ ଦୁର୍ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶପାଇବାସହ ସଂପୃକ୍ତ ସ୍ଥାନରେ ହମ୍ପ୍ସ ନିର୍ମାଣ କରିବାକୁ ଉତ୍ୟକ୍ତ ଜନତା ଦାବି କରିଥିଲେ । ତେବେ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧିମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ସପ୍ତାହକ ମଧ୍ୟରେ ହମ୍ପ୍ସ ନିର୍ମାଣ ନେଇ ପ୍ରତିଶ୍ରୁତି ଦିଆଯିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା । ପରେ ପରେ ବିଧାୟକ ଶ୍ରୀ ମିଶ୍ର ବଡ଼ମ୍ବା ଡାକ୍ତରଖାନାରେ ପହଞ୍ଚି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ବିଧାୟକଙ୍କ ଅନୁରୋଧକ୍ରମେ ଜିଲା ରେଡକ୍ରସ ପାଣ୍ଠିରୁ ତତ୍କାଳ ସହାୟତା ସ୍ୱରୂପ ୩୦ହଜାର ଟଙ୍କା ମୃତକଙ୍କ ପରିବାରକୁ ପ୍ରଦାନ କରାଯାଇଛି । ତହସିଲଦାର ନୀଳକଣ୍ଠ ବେହେରା,ବିଡିଓ ରମେଶ କୁମାର ଜେନା ମୃତକଙ୍କ ପରିବାରକୁ ଭେଟି ଉକ୍ତ ସହାୟତା ରାଶି ପ୍ରଦାନ କରିଥିଲେ।

ମାଣିଆବନ୍ଧ ଥାନା ଅଧିକାରୀ ବସନ୍ତକୁମାର ଶତପଥୀ ଘଟଣାକୁ ନେଇ ତଦନ୍ତ କରୁଥିବା ପ୍ରକାଶ । ତେବେ ଦୀର୍ଘଦିନ ବତିଯାଇଥିଲେ ସୁଦ୍ଧା ନବନିର୍ମିତ ଖୁଣ୍ଟଣୀ-ନରସିଂହପୁର ରାଜ୍ୟ ରାଜପଥର ଅନେକ ଦୁର୍ଘଟଣା ପ୍ରବଣ ତଥା ସମ୍ବେଦନଶୀଳ ସ୍ଥାନରେ ହମ୍ପ୍ସ ନିର୍ମାଣ ହୋଇନଥିବାରୁ ଦ୍ରୁତ ଗାଡ଼ିଚାଳନାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ବଡ଼ମ୍ବା ଦମକଳ କାର୍ଯ୍ୟାଳୟ ସମ୍ମୁଖ, ଗଡ଼ାପୋଖରୀ ଛକ, ନୂଆତଇଲା-ରଗଡ଼ିପଡ଼ା ଛକ, କଚେରୀ ଛକ, ଗାନ୍ଧିଛକ, ତେଲିସାହି ଛକ ସମେତ ରାସ୍ତାପାର୍ଶ୍ବର ବିଭିନ୍ନ ବିଦ୍ୟାଳୟ ସନ୍ନିକଟରେ ହମ୍ପ୍ସ ନିର୍ମାଣ ଜରୁରୀ ମନେ କରାଯାଉଛି । ପୁଲିସ ପ୍ରଶାସନ ଏ ଦିଗରେ ଗୁରତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories