ଭୁବନେଶ୍ବର: ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ ଜାତୀୟ ସ୍ତରରେ ପୁଲିସ ପ୍ରଶିକ୍ଷଣ ପ୍ରଦାନ ଅନୁଷ୍ଠାନଗୁଡ଼ିକରେ ସର୍ବଶ୍ରେଷ୍ଠ ହୋଇଛି ଓ କେନ୍ଦ୍ର ଗୃହ ମନ୍ତ୍ରାଳୟ ଟ୍ରଫି ପାଇବା ଲାଗି ମନୋନୀତ ହୋଇଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ ସର୍ବଶ୍ରେଷ୍ଠ ହୋଇଥିବାରୁ କେନ୍ଦ୍ର ସରକାର ୨୦ ଲକ୍ଷ ଟଙ୍କା ପୁରସ୍କାର ଅର୍ଥରାଶି ପ୍ରଦାନ କରିଥିବା ନିର୍ଦେଶକ ଅରୁଣ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି। ୨୦୦୫ରେ ପ୍ରତିଷ୍ଠା ହୋଇଥିବା ବିଜୁ ପଟ୍ଟନାୟକ ଏବେ ଦେଶରେ ଏକ ଅଗ୍ରଣୀ ପ୍ରଶିକ୍ଷଣ ଅନୁଷ୍ଠାନ ଭାବେ କୀର୍ତ୍ତି ଅର୍ଜନ କରିଛି।
Popular Categories



