କରୋନା କଟକଣା ମଧ୍ୟରେ ତାମିଲନାଡୁରେ ଆରମ୍ଭ ହୋଇଛି ଜାଲିକାଟ୍ଟୁ। ମଦୁରାଇରେ ସର୍ବାଧିକ ଲୋକପ୍ରିୟ ଏହି ପାରମ୍ପରିକ ବିପଜ୍ଜନକ ଖେଳରେ ଚଳିତ ବର୍ଷ ୭୦୦ ଷଣ୍ଢ ଓ ୩୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି। ସରକାର ଏଥିପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। କ୍ରୀଡ଼ାଙ୍ଗନକୁ ପ୍ରବେଶ ପାଇଁ ସର୍ବାଧିକ ୧୫୦ ଦର୍ଶକଙ୍କୁ ଅନୁମତି ମିଳିଛି। ସମସ୍ତଙ୍କ କରୋନା ଆର୍ଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଖେଳରେ ବାଲାମୁରୁଗାନ୍ ନାମକ ୧୮ବର୍ଷୀୟ କିଶୋରଙ୍କର ପ୍ରାଣହାନି ଘଟିଛି। ଅବନିୟାପୁରମ୍ଠାରେ ସେ ଖେଳ ଦେଖୁଥିବାବେଳେ ଷଣ୍ଢ ମୁଣ୍ଡରେ ଖୋସା ହୋଇଥିବା ଛୁରୀ ଭୁସି ହୋଇଯିବା ଦ୍ବାରା ତାଙ୍କର ମୃତ୍ୟୁ ଘଟିଛି।
Popular Categories


