www.samajalive.in
Sunday, December 14, 2025
17.1 C
Bhubaneswar

ଉନ୍ନତ ପ୍ରଣାଳୀରେ କାଜୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର

ସାକ୍ଷୀଗୋପାଳ: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସର୍ବଭାରତୀୟ ସଂଯୋଜିତ କାଜୁ ଗବେଷଣା ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର, ପୁରୀ, ସାକ୍ଷୀଗୋପାଳର ମିଳିତ ସହଯୋଗରେ ଅନୁସୂଚିତ ଜାତି ଉପ ଯୋଜନା ମାଧ୍ୟମରେ କାଜୁ ଉତ୍ପାଦନ ବୃଦ୍ଧି ନିମନ୍ତେ ଉତ୍ତମ ଉଦ୍ୟାନ ଭିତ୍ତିକ ପଦ୍ଧତି ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀଗୋପାଳ, ପୁରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର ଡକ୍ଟର ଶରତ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୁରୀ ଜିଲ୍ଲାର ଜଳବାୟୁ ଓ ମୃତ୍ତିକାରେ କିଭଳି କାଜୁ ଚାଷ କରାଯାଇ ପାରିବ ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କାଜୁ ଗବେଷଣା ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀ ପ୍ରଫେସର ଡକ୍ଟର ପ୍ରମୋଦ କୁମାର ପଣ୍ଡା କାଜୁ ଗବେଷଣା ପ୍ରକଳ୍ପର ନୂତନ ଜ୍ଞାନ କୌଶଳ ଦ୍ୱାରା କାଜୁ ବାଦାମ ଚାଷରୁ କିଭଳି ଅଧିକ ଉତ୍ପାଦନ ମିଳି ପାରିବ ଓ ଚାଷୀ ମାନେ ଲାଭ ବାନ ହୋଇପାରିବେ ସେ ବିଷୟରେ ବୈଜ୍ଞାନିକ ତଥ୍ୟ ଉପସ୍ଥାପନ କରିଥିଲେ। ବିଭାଗୀୟ ବୈଜ୍ଞାନିକ ଡକ୍ଟର କବିତା ସେଠି କାଜୁ ବାଦାମ ଫସଲର ବିଭିନ୍ନ କିସମ ଓ କଲମୀ ଚାରା ରୋପଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପୁରୀ ଜିଲ୍ଲା ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଅଜୟ ପ୍ରଧାନ କାଜୁ ଚାଷ ନିମନ୍ତେ ଉଦ୍ୟାନ ଉଦ୍ୟାନ ବିଭାଗ ତରଫରୁ ରହିଥିବା ସହାୟତା ସମ୍ପର୍କରେ ସୂଚନା ପ୍ରଧାନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ, ପୁରୀର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡକ୍ଟର ସଞ୍ଜୟ କୁମାର ମହାନ୍ତି କାଜୁ ଫସଲରେ ରୋଗ ପୋକ ନିୟନ୍ତ୍ରଣ ନିମନ୍ତେ ବୈଜ୍ଞାନିକ ତଥା ଆଧୁନିକ ପ୍ରଣାଳୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜୈବିକ ପଦ୍ଧତିରେ ପରିବେଶ ସୁରକ୍ଷା ସମ୍ପର୍କିତ ତଥ୍ୟ ମୂଳକ ସୂଚନା ପ୍ରଦାନ କରିଥିଲେ। ଉପସ୍ଥିତ ଚାଷୀ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଅଧିକାରୀ ମାନେ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିଥିବା ୫୦ରୁ ଉର୍ଦ୍ଧ୍ୱ ଚାଷୀ ମାନଙ୍କୁ ଉନ୍ନତ କିସମର କଲମୀ କାଜୁ ଚାରା ଓ ଅମୃତ ଭଣ୍ଡା ଚାରା ପ୍ରଦାନ କରାଯାଇଥିଲା। କୃଷି ବିଜ୍ଞାନ କେନ୍ଦ୍ରର ଗୃହ ବିଜ୍ଞାନୀ ଡକ୍ଟର ସୁମିତା ଆଚାର୍ଯ୍ୟ, ଯାନ୍ତ୍ରିକ ବୈଜ୍ଞାନିକ ଡକ୍ଟର ଦୀପସିକା ପରାମଜିତା, ସମ୍ପ୍ରସାରଣ ବୈଜ୍ଞାନିକ ସୋନିତା ରାଣୀ ସେଠି ବିଭୂ ପ୍ରସାଦ ଦାସ ଓ କ୍ଷେତ୍ର ପରିଚାଳକ ନିଭା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories