ସମ୍ବଲପୁର: ସମ୍ବଲପୁରର ଧନକଉଡା ଖେଳ ପଡ଼ିଆ ଠାରେ ଗେଙ୍ଗୁଟିପାଲିର ଭିଏସଏସ କ୍ଲବ ପକ୍ଷରୁ ଦ୍ୱିଦିବସୀୟ ଫୁଟବଲ ଖେଳ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଶନିବାର ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ସମ୍ବଲପୁର ସମେତ ଗ୍ରାମାଞ୍ଚଳର ୧୬ଟି ଫୁଟବଲ ଦଳ ଭାଗ ନେଉଛନ୍ତି। ଜିଲାରେ ନୂତନ ଫୁଟବଲ ପ୍ରତିଭା ମାନଙ୍କୁ ସେମାନଙ୍କର ପ୍ରତିଭା ବିକାଶ ନିମନ୍ତେ ଏହି ପ୍ରତିଯୋଗିତା ଆୟୋଜନର ମୁଖ୍ୟ ଲକ୍ଷ୍ୟ ଅଟେ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି। ଏହି ଅବସରରେ କ୍ଲବର ଚମନ ଓରାମ, ବାଦଲ ଓରାମ, ବୁଲୁ ସାହୁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।
Popular Categories



