www.samajalive.in
Monday, December 15, 2025
15.1 C
Bhubaneswar

ଅଧା ବାଟରେ ଲଞ୍ଚ ଖରାପ, ଯାତ୍ରୀ ହନ୍ତସନ୍ତ

ଧାମରା: ଚାନ୍ଦବାଲି-ଧାମରା ଜଳପଥରେ ଦୈନିକ ଯାତାୟତ କରୁଥିବା ଯାତ୍ରୀବାହୀ ଲଂଚ ବ୍ରାହ୍ମଣୀ ଅଧା ବାଟରେ ଖରାପ ହୋଇ ପଡ଼ିଛି। ଏହି ଲଂଚରେ ଯାତାୟତ କରୁଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ଗତକାଲି ଅପରାହ୍ଣ ୨.୩୦ମିନଟ ସମୟରେ ଚାନ୍ଦବାଲିରୁ ଛାଡିଥିବା ଯାତ୍ରିବାହୀ ଲଂଚ ବ୍ରାହ୍ମଣୀ ୩୦ଜଣ ଯାତ୍ରୀଙ୍କୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଯାତ୍ରା ଆରମ୍ଭ କରିବାର ୪୫ମିନଟ ପରେ ଏହି ଲଂଚରେ ଯାନ୍ତ୍ରୀକ ଅସୁବିଧା ଦେଖା ଦେଇଥିଲା। ଫଳରେ ନଦୀ ମଧ୍ୟରେ ଏହି ଲଂଚଟି ଭାସି ଭାସି କେନ୍ଦ୍ରାପଡ଼ା ଜିଲ୍ଲା ବଜରପୁର ଠାରେ ଲାଗିଥିଲା। ମାତ୍ର ଏହି ସ୍ଥାନରୁ ଯାତ୍ରୀ ମାନେ ନିଜର ଗନ୍ତବ୍ୟ ସ୍ଥାନକୁ ଯାତ୍ରା କରି ପାରି ନଥିଲେ।ବହୁ ସମୟ ଅପେକ୍ଷା କରିବା ପରେ ବହୁ ଯାତ୍ରୀ ଅନ୍ୟ ଉପାୟ ନପାଇ ବହୁ ଅର୍ଥ ବ୍ୟୟ କରି ଫେରିଥିବା ବେଳେ କିଛି ଯାତ୍ରୀ ଆଉ ଏକ ବେସରକାରୀ ବୋଟରେ ନିଜ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କରିଥିବା ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories