ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ରାମଚନ୍ଦ୍ରପୁରସ୍ଥିତ ଜୟ ଜଗନ୍ନାଥ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ରାମଚନ୍ଦ୍ରପୁର ରେଲୱେ ପଡ଼ିଆଠାରେ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହେଉଥିବା ବେଳେ ନର୍ଲା ବ୍ଲକର ବ୍ରାହ୍ମଣୀ ଓ ରାୟଗଡ଼ା ଜିଲ୍ଲା ରଘୁବାରି ମଧ୍ୟରେ ଶେଷ ଦିନର ପ୍ରଥମ ଲିଗ୍ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ବ୍ରାହ୍ମଣୀ ଦଳ ବିଜୟୀ ହୋଇଥିଲା। ସେହିପରି ଦ୍ବିତୀୟ ଲିଗ୍ ମ୍ୟାଚ୍ ଲାଞ୍ଜିଗଡ଼ ବ୍ଲକର କେନ୍ଦୁଗୁଡ଼ା ଓ କଏଁରୁ ଇଲେଭେନ୍ ମୁସ୍କୁଟୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ କେନ୍ଦୁଗୁଡ଼ା ଦଳ ବିଜୟୀ ହୋଇଥିଲା। ଏହାପରେ ବ୍ରାହ୍ମଣୀ ଓ କେନ୍ଦୁଗୁଡ଼ା ଦଳ ମଧ୍ୟରେ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ ଅଲ୍ ରାଉଣ୍ଡର ପ୍ରଦର୍ଶନ ସହିତ କେନ୍ଦୁଗୁଡ଼ା ଦଳ ବିଜୟୀ ହୋଇଥିଲା। ଏଇ ଅବସରରେ ଅତିଥି ଭାବେ ଭେଟେରାନ୍ ଖେଳାଳୀ କିଶୋର କୁମାର ପୁରୋହିତ, ଅବସରପ୍ରାପ୍ତ ଶିକ୍ଷକ ଚକ୍ରଧର ପଣ୍ଡା, ଯୁବ ସାମ୍ବାଦିକ ଓ ସମାଜସେବୀ ସୁଶୀଲ କୁମାର ବାଗ, ଯୁବ ସ୍ବେଚ୍ଛାସେବୀ ତୀର୍ଥ ଗହୀର, ମନୋଜ ବେହେରା, ଭେଟେରାନ୍ ଖେଳାଳୀ କାମଦେବ ପୁଟେଲ, ହ୍ରୁଷିକେଶ ପୁଟେଲ ପ୍ରମୁଖ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।
ଜୟ ଜଗନ୍ନାଥ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା, ବ୍ରାହ୍ମଣୀକୁ ହରାଇ ସେମିଫାଇନାଲରେ କେନ୍ଦୁଗୁଡ଼ା
Popular Categories



