ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ କୋମାଖାନ ଷ୍ଟେସନରେ ୨ଟି ଏକ୍ସପ୍ରେସର ରହଣି ପରୀକ୍ଷାମୂଳକ ଭାବରେ ଆରମ୍ଭ କରାଯାଇଛି। ରେଳଗାଡି ସଂଖ୍ୟା ୧୮୪୨୫/୧୮୪୨୬ ପୁରୀ – ଦୁର୍ଗ – ପୁରୀ ଏକ୍ସପ୍ରେସ ଏବଂ ୧୮୫୩୦ / ୧୮୫୨୯ ବିଶାଖାପଟନମ – ଦୁର୍ଗ – ବିଶାଖାପଟନମ ଏକ୍ସପ୍ରେସ ଗୁଡିକ ଆଗାମୀ ୬ ମାସ ପାଇଁ ଆସନ୍ତା ୧୦ ତାରିଖ ଶୁକ୍ରବାରରୁ ରହଣି ଆରମ୍ଭ କରିବ। ୧୮୪୨୫ ପୁରୀ – ଦୁର୍ଗ ଏକ୍ସପ୍ରେସ କୋମାଖାନ ଷ୍ଟେସନରେ ସକାଳ ୭ ଘ. ୫୮ ମି.ରେ ପହଞ୍ଚି ୨ ମିନିଟର ରହଣି ପରେ ୮ଘ. ରେ ଛାଡିବ। ସେହିଭଳି ଏହି ରେଳଗାଡି ଫେରିବା ପଥରେ ୧୮୪୨୬ ଦୁର୍ଗ – ପୁରୀ ଏକ୍ସପ୍ରେସ ସନ୍ଧ୍ୟା ୬ ଘ. ୪୦ ମି.ରେ ପହୁଞ୍ôଚ ୨ ମିନିଟର ରହଣି ପରେ ୬ ଘ. ୪୨ ମି.ରେ ଛାଡିବ। ସେହିପରି ୧୮୫୩୦ ବିଶାଖାପଟନମ – ଦୁର୍ଗ ଏକ୍ସପ୍ରେସ ରାତ୍ର ୧ ଘ. ୧୮ ମି.ରେ ପହଞ୍ଚି ୨ ମିନିଟର ରହଣି ପରେ ୧ ଘ. ୨୦ ମି.ରେ ଛାଡିବ। ଫେରିବା ପଥରେ ଏହି ରେଳଗାଡି ସଂଖ୍ୟା ୧୮୫୨୯ ଦୁର୍ଗ – ବିଶାଖାପଟନମ ଏକ୍ସପ୍ରେସ ରାତ୍ର ୧୦ ଘ. ୨୪ ମି.ରେ ପହଞ୍ଚି ୨ ମିନିଟର ରହଣି ପରେ ରାତ୍ର ୧୦ ଘ. ୨୪ ମି.ରେ ଛାଡିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



