ଲାଞ୍ଜିଗଡ: ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଟାଉନ ହାଇସ୍କୁଲ ଠାରେ ମାର୍ଚ୍ଚ ୨ ତାରିଖରୁ ୪ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ରାଜ୍ୟ ସ୍କୁଲ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବା ପାଇଁ କଳାହାଣ୍ଡି ଜିଲ୍ଲାର ୧୧ ଜଣ ପ୍ରତିଯୋଗୀ ଆଜି ସୁନ୍ଦରଗଡ଼କୁ ଗସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ୬ ଜଣ ବାଳିକା ପ୍ରତିଯୋଗୀ ରହିଥିବା ବେଳେ ୫ ଜଣ ବାଳକ ଅଛନ୍ତି। ଏମାନେ ହେଲେ ରଚନା ମାଝୀ, ଜୁଲି ମୁଣ୍ଡା, ଦାଶରଥି ମାଝୀ, ଚନ୍ଦ୍ରକାନ୍ତ ମାଝୀ, ଇଶାନ ହରପାଲ, ସନୁ ମାଝୀ, ରୋଶନ ମାଝୀ, ଥବିର ମାଝୀ, ଗାଏତ୍ରୀ ମାଝୀ, ପୁନମ ନାଏକ, ତନିଶା ରାଉତ ଅଛନ୍ତି। ଏହି ପ୍ରତିଯୋଗୀ ମାନେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ଲାଞ୍ଜିଗଡ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦ ଜଣ ରହିଥିବା ବେଳେ ଲାଞ୍ଜିଗଡ଼ ନୋଡାଲ ସ୍କୁଲର ଜଣେ ଅଟନ୍ତି। ଏହି ଖେଳାଳି ମାନେ ତିରନ୍ଧାଜ କୋଚ୍ ଶୀମାଞ୍ଚଜ କାଟ୍ରାକାଙ୍କ ଦ୍ଵାରା ତାଲିମ ଗ୍ରହଣ କରିଥିବା ବେଳେ ଶୀମାଞ୍ଚଳ ଲାଞ୍ଜିଗଡ ଏସଏସଡି ସ୍କୁଲରେ ବେଦାନ୍ତ ଆଲୁମିନା ଦ୍ବାରା ପରିଚାଳିତ ତିରନ୍ଦାଜ ପ୍ରଶିକ୍ଷଣ ଶିବିରରେ ତାଲିମ ଦାତା ଭାବେ କାର୍ୟ୍ୟ କରୁଛନ୍ତି। ଏମାନଙ୍କ ସହିତ ଏସଏସଡି ସ୍କୁଲ ଖେଳ ଶିକ୍ଷକ ଜୟଲାଲ ଭୋଇ ଓ ନୋଡାଲ ସ୍କୁଲ ଖେଳ ଶିକ୍ଷୟତ୍ରୀ ନଳିନୀ ମୁଣ୍ଡଛିନା ମଧ୍ୟ ସୁନ୍ଦରଗଡ଼ ଗସ୍ତ କରିଛନ୍ତି।
Popular Categories



