ସମ୍ବଲପୁର: ସମ୍ବଲପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଜିଲାସ୍ତରୀୟ ଚାଷୀ ପଞ୍ଜିକରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ବେସାମରିକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲାର ବିଭିନ୍ନ ସମବାୟ ସେବା ସମିତିର ସମ୍ପାଦକ ଓ ବିଭିନ୍ନ ସ୍ୱୟଂ ସହାୟକ ମାନେ ଉପସ୍ଥିତ ରହିଥିଲେ। ଜିଲା ଯୋଗାଣ ବିଭାଗର ଅଧିକାରୀ ଓ ସମବାୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ଚଳିତ ରବି ଋତୁ ୨୦୨୨ – ୨୩ ବର୍ଷରେ ଧାନ ସଂଗ୍ରହ ପୁର୍ବରୁ ଚାଷୀ ପଞ୍ଜିକରଣ କିପରି ଭାବରେ କରାଯିବ ସେ ନେଇ ପ୍ରଶିକ୍ଷଣ ଦେଇଛନ୍ତି। ଏଥିରେ ରବି ଋତୁରେ ଚାଷୀ ଙ୍କ ପଞ୍ଜିକରଣ ର ନବୀକରଣ ମଧ୍ୟ କିଭଳି କରାଯିବ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
Popular Categories



