ସମ୍ବଲପୁର: ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାଥି ଚାରିଟେବଲ ଟ୍ରଷ୍ଟ ତରଫରୁ ନିୟମିତ ଅସହାୟ ମାନଙ୍କୁ ସହାୟତା କରାଯାଇ ଆସୁଛି। ଏହି କ୍ରମରେ ସ୍ଥାନୀୟ ମୁଦିପଡ଼ା ଆମ୍ବେଦକର ନଗର ନିବାସୀ ତଥା ଦିନମଜୁରିଆ ବିଶ୍ୱଜିତ ନିଖଣ୍ଡିଆ ଓ ଜ୍ୟେତ୍ସ୍ନା ନିଖଣ୍ଡିଆଙ୍କ ୧୨ ବର୍ଷର ଝିଅ ବିଦ୍ୟାଙ୍କ ପିତକୋଷରେ ପଥର ରୋଗରେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି। ତେବେ ବ୍ୟୟବହୁଳ ଚିକିତ୍ସା ପାଇଁ ଅସମର୍ଥ ନିଖଣ୍ଡିଆ ଦମ୍ପତ୍ତି ଙ୍କ ବିଷୟରେ ସମାଜସେବୀ ତଥା ପୂର୍ବତନ ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ସିଦ୍ଧାର୍ଥ ସାହା ଜାଣିବା ପରେ ତାଙ୍କର ସାଥି ଚାରିଟେବଲ ଟ୍ରଷ୍ଟ ଜରିଆରେ ସହାୟତାର ହାତ ବଢ଼଼ାଇଛନ୍ତି। ପିଡିତା ବିଦ୍ୟା ଙ୍କୁ ଓଡ଼ିଶା ସରକାରଙ୍କ ବିୱାଇକେଏସ କାର୍ଡ ମାଧ୍ୟମରେ ସମ୍ପୁର୍ଣ୍ଣ ଚିକିତ୍ସା କରାଇବା ପାଇଁ ସବୁ ବନ୍ଦୋବସ୍ତ କରାଇ ଯାତାୟାତ ଖର୍ଚ୍ଚ ସମେତ ଆର୍ଥିକ ସହାୟତା ଦେଇ ଛତିଶଗଡ଼ର ରାଜଧାନୀ ରାୟପୁର ସ୍ଥିତ ସଞ୍ଜୀବନୀ କ୍ୟାନ୍ସର କେୟାର ଫାଉଣ୍ଡେସନକୁ ପଠାଇଛନ୍ତି। ମଙ୍ଗଳବାର ଟ୍ରଷ୍ଟ ତରଫରୁ ବିଦ୍ୟାଙ୍କ ଘରକୁ ସଦସ୍ୟ ଜାଫର ଖାନ, ସତ୍ୟେନ୍ଦ୍ର ଦାସ, ଶିବ ପ୍ରଧାନ, ଦୁଲାଲ ଚନ୍ଦ୍ର ରାୟ ଓ ସୁଜିତ ସିଂ ସହାୟତା ରାଶି ପ୍ରଦାନ କରିବା ସହିତ ସମସ୍ତ ବନ୍ଦୋବସ୍ତ ସର୍ମ୍ପକରେ ବୁଝିଥିଲେ।
Popular Categories



