ବୁର୍ଲା ଭିସୁଟ ସମାବର୍ତ୍ତନ ଉତ୍ସବ: ଜ୍ଞାନ ଓ ଗାରୀମା ବଳରେ ଦେଶ ଅଗ୍ରସର ହୋଇପାରିବ

ବୁର୍ଲା: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଲୟ (ଭିସୁଟ)ର ଚତୁର୍ଦ୍ଦଶ ସମାବର୍ତ୍ତନ ଉତ୍ସବ ସାର୍‌‌ ବିଶେଶ୍ୱରାୟ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଭିସୁଟର କୁଳପତି ପ୍ରଫେସର ବଂଶୀଧର ମାଝୀଙ୍କ ପୌରୋହିତ୍ୟରେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଡିଆରଡିଓର ମହାନିର୍ଦ୍ଦେଶକ (ଇସିଏସ୍‌‌) ତଥା ଭିସୁଟର ପୁରାତନ ଛାତ୍ର ଡ ବିିନୟ କୁମାର ଦାଶ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଶିକ୍ଷାୟତନ ଏକ ପ୍ରମୁଖ ବୈଷୟିକ ସଂସ୍ଥାନରେ ପରିଣତ ହୋଇଛି। ନିଜର ଜ୍ଞାନ ଓ ଗାରିମା ବଳରେ ଦେଶକୁ ଆଗେଇ ନେବା ପାଇଁ ଛାତ୍ରଛାତ୍ରୀମାନଙ୍କ ଆଗରେ ଆହ୍ୱାନ ରହିଛି। ଏକ ମହାନ୍‌‌ ଭାରତ ଗଠନର ମିଶନରେ ସଫଳ ହେବା ପାଇଁ ଆଦର୍ଶ ଓ ଆକାଂକ୍ଷାକୁ ସୁନିଶ୍ଚିତ କରିବାକୁ ହେବ। ଏହି ଦୁଇ ଉପାଦାନ ମଧ୍ୟରେ ସନ୍ତୁଳନତା ଦ୍ୱାରା ଲକ୍ଷ୍ୟ ହାସଲ ସମ୍ଭବ ହେବ। ଛାତ୍ରଛାତ୍ରୀମାନଙ୍କ ସଫଳତା ପଛରେ ଅଭିଭାବକମାନଙ୍କ ବର୍ଷତମାମ ଉଦ୍ୟମ ଏବଂ ସଫଳତା ପାଇଁ ଶିକ୍ଷକମାନଙ୍କ ମାର୍ଗଦର୍ଶନ ରହିଛି। ଶିକ୍ଷା ହିଁ ସୃଜନଶୀଳତା ବିକଶିତ କରିଥାଏ। ଯାହାକି ଚିନ୍ତା ଓ ଚେତନାକୁ ସଂପ୍ରସାରିତ କରିଥାଏ। ଜ୍ଞାନ ଦିବ୍ୟତା ଆଡ଼କୁ ଅଗ୍ରସରତା କରାଇଥାଏ ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ତଥା ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଲେ ଯେ, ଯେ କୌଣସି ସ୍ନାତକଙ୍କ ପାଇଁ ନିଜ ଦେଶକୁ ମହାନ୍‌‌ କରିବା ବିରାଟ ସ୍ୱପ୍ନ ଅର୍ନ୍ତନିହିତ ଥାଏ। ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଭାରତ ଅନେକ କ୍ଷେତ୍ରରେ ସଫଳତା ହାସଲ କରିଛି। ତେବେ ଦେଶକୁ ଆହୁରି ଆଗକୁ ନେବା ପାଇଁ ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଏହି ସମୟରେ ସାର୍‌‌ ବିଶେଶ୍ୱରାୟଙ୍କ ଆଦର୍ଶ ଏବଂ ନିଷ୍ଠାକୁ ସ୍ମରଣ କରିବାକୁ ହେବ। କେବଳ ବୈଷୟିକ ଶିକ୍ଷା ଓ କ୍ଷମତା ନୁହେଁ। ଏଥି ସହିତ ବ୍ୟକ୍ତିତ୍ୱର ସମାହାର ଭଲ ମଣିଷ ଗଠନରେ ସହାୟକ ହୋଇଥାଏ। ମାନବିକତା ଓ ଶୃଙ୍ଖଳାକୁ ଅନୁସରଣ କଲେ ଆଗକୁ ଅଗ୍ରସର ସମ୍ଭବ। ବିଶ୍ୱବିଦ୍ୟାଳୟରୁ ସ୍ନାତକ ହୋଇ ବାହାରିବା ସହିତ ବାସ୍ତବିକ ବୃତ୍ତିଧାରୀର ଭୂମିକା ଗ୍ରହଣ କରି ଯେକୌଣସି ସମସ୍ୟାର ପ୍ରତିକାର ପାଇଁ ଦକ୍ଷତା ଆହରଣ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଅଧ୍ୟୟନ ଏବଂ ଶିକ୍ଷାଦାନରେ ସମନ୍ୱୟ ରହିଛି। ଯାହା କରିବ ତାହା ଉନ୍ନତ ଏବଂ ଗୁଣାତ୍ମକ ମାନର ହେବା ଦରକାର ଏବଂ କୌଣସି ପ୍ରସଙ୍ଗର ସାମ୍ନା କରିବା ପାଇଁ ଶ୍ରେଷ୍ଠ ସମାଧାନର ପନ୍ଥା ବାହାର କରିବାକୁ ଡ ପାଢ଼ୀ ଆହ୍ୱାନ ଦେଇଥିଲେ। ଉତ୍ସବରେ ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପୁରାତନ ଛାତ୍ର ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ. ସୁରେଶଚନ୍ଦ୍ର ଦଳାଇ, ମୁଖ୍ୟ ଅତିଥି ଡ ବିନୟ କୁମାର ଦାଶ, ତ୍ରିଲୋକ୍ୟନାଥ ପଣ୍ଡା, ସୁକୁମାର ମିଶ୍ର ଏବଂ ଇଂ ବ୍ରହ୍ମାନନ୍ଦ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ଉକୃଷ୍ଟ ଫାକୁଆଲଟି ଭାବରେ ସହକାରୀ ପ୍ରଫେସର ଡ ସନ୍ତୋଷ କୁମାର ମାଝୀ ଏବଂ ସହଯୋଗୀ ପ୍ରଫେସର ଡ ଗ୍ୟାନ ରଞ୍ଜନ ବିଶ୍ୱାଳଙ୍କୁ ସମ୍ମାନିତ କରାଯାଇଥିଲା। ୧୨୧୩ ଜଣ ଛାତ୍ରଛାତ୍ରୀ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ଏବଂ ୬୦ ଜଣ ପିଏଚ୍‌‌ଡି ହାସଲ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଭିସୁଟର ୨୯ ଜଣ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣପଦକ ସେମାନଙ୍କ ମଧ୍ୟରେ ଗାରୀମା ଶର୍ମା, ଅଙ୍କନ କୁମାର ରାଉତ, ଏନ ବାଲଗୋପାଲ ପାତ୍ର, ଅଭିଷେକ ଷଡ଼ଙ୍ଗୀ, ଅଭିପ୍ସା ଅଗ୍ନିମିତ୍ର ସାହୁ,ରୁପସୀତା ସାହୁ, ସ୍ମୃତି ସ୍ୱରୁପା ତ୍ରିପାଠୀ, ସୌମ୍ୟରଞ୍ଜନ ରାଉତ, ଋତୁପୁର୍ଣ୍ଣା ପଟ୍ଟନାୟକ, ଅଙ୍କିତା ଆଚାର୍ଯ୍ୟ, ସଂକ୍ଷୀପ୍ତ ଦାସ, ଜିତସ୍ମାର୍ଟ ସାହୁ, ଅନୁରାଧା ମହାନ୍ତି, ଶ୍ୱେତଶ୍ରୀ ପଣ୍ଡା, ସଦାଶିବ ମେହେର, ବିନୟ ଦାସ, ମନିଷା ସାବତ, ଲଳିତ ପ୍ରସାଦ ନାୟକ, ସୁଶ୍ରୀ ମୃଣାଲିନୀ ଦେବ, ପ୍ରତିଭା ଭୋଈ, ରଶ୍ମୀରେଖା ବାରିକ, ଶିବାଶିଷ ସାଠୁଆ, ଡ଼ୋଲେଶ୍ୱରୀ ମେହେର, ଅଙ୍କିତା ଐଶ୍ୱର୍ଯ୍ୟା, ଅନୁପମ ଦାସ, ପ୍ରଣୟ ଦାସ, ଆଲିକ କୁମାର ପଣ୍ଡତରାୟ, ଶ୍ରୀପର୍ଣ୍ଣା ମହାପାତ୍ର, ସୁପର୍ଣ୍ଣା ବିଶ୍ୱାଳ ଏବଂ ୯ ଜଣ ପ୍ରାୟୋଜିତ ସ୍ୱର୍ଣ୍ଣପଦକରେ ଅଙ୍କନ କୁମାର ରାଉତ, ସୌମ୍ୟରଞ୍ଜନ ରାଉତ, ଏନ ବାଲଗୋପାଲ ପାତ୍ର, ସାଶ୍ୱତ ମହାନ୍ତି, ଅଭିଷେକ ଷ ଡ଼ଙ୍ଗୀ, ଅଙ୍କନ କୁମାର ରାଉତ, ଅଙ୍କନ କୁମାର ରାଉତ, ସାକ୍ଷୀ ଅଗ୍ରୱାଲ, ରିତେଶ ନନ୍ଦଙ୍କୁ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ମାନଙ୍କ ମଧ୍ୟରେ ଅଙ୍କନ କୁମାର ରାଉତ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣପଦକ ସହିତ ପ୍ରୟୋଜିତ ସ୍ୱର୍ଣ୍ଣପଦକ ସମୁଦାୟ ୪ଟି ସ୍ୱର୍ଣ୍ଣପଦକ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ। ବିଟେକ୍‌‌ର ଅଙ୍କନ କୁମାର ରାଉତ ଶ୍ରେଷ୍ଠ ସ୍ନାତକ ଏବଂ ସିଏସ୍‌‌ଇର ସାକ୍ଷୀ ଅଗ୍ରୱାଲକୁ ଶ୍ରେଷ୍ଠ ଛାତ୍ରୀ ଭାବରେ ପୁରସ୍କୃତ କରାଯାଇଥିଲା। ଏହା ସହିତ ଆଜିକାର ସମାବର୍ତ୍ତନ ଉତ୍ସବରେ ଡ଼କ୍ଟରେଟ ହାସଲ କରିଥିବା ଗବେଷକ ମାନେ ସ୍ୱତନ୍ତ୍ର ରଙ୍ଗର ସମ୍ବଲପୁରୀ ପୋଷାକ ପରିଧାନ କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସଂସ୍କୃତ ଭାଷାରେ ଶପଥପାଠ କରୁଥିବା ଦେଖିବାକୁ ମିଳିଥିଲା। ଭିସୁଟର କୁଳସଚିବ ପ୍ରଦୀପ ଡାଙ୍ଗଙ୍କ ସମେତ ସମସ୍ତ ପ୍ରଧ୍ୟାପକ ପ୍ରଧ୍ୟାପିକା ତଥା ଫାକୁଆଲଟି ମାନେ ଉପସ୍ତିତ ରହିଥିଲେ। ଏହା ସହିତ ଡିନ ପି କେ ହୋତା, ପ୍ରଫେସର ପ୍ରକାଶଚନ୍ଦ୍ର ସ୍ୱାଇଁ, ସଂଜୟ ଅଗ୍ରୱାଲ, ସନୟ କୁମାର ପାତ୍ର, ପ୍ରଫେସର ଦେବଦତ୍ତ ମିଶ୍ର, ରସାୟନ ବିଭାଗର ପ୍ରମୁଖ ପ୍ରଫେସର ପ୍ରିୟରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ତିତ ରହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Comments are closed.