ବୁର୍ଲା: ବୁର୍ଲା କିର୍ବା ଗ୍ରାମବାସୀ ସଦାସର୍ବଦା ଅବୈଧ ମଦକାରବାରକୁ ରୋକାଯିବା ପାଇଁ ଦାବୀ କରି ଆସୁଛନ୍ତି ମାତ୍ର ଏହାକୁ ରୋକାଯିବାରେ ପୁଲିସର ଭୁମିକାକୁ ନେଇ ପ୍ରବଳ ଅସନ୍ତୋଷ ଏବଂ ପ୍ରଶ୍ନ ଉଠାଇ ଆସୁଛନ୍ତି। ପୁଣି କିର୍ବା ଗ୍ରାମର ଶହ ଶହ ମାତ୍ରାରେ ମହିଳା ଏକ ଶୋଭାଯାତ୍ରାରେ ଗ୍ରାମରୁ ବାହାରି ମଦବିରୋଧୀ ସ୍ଲୋଗାନ ଦେଇ ନିଜ ନିଜର କୁନି କୁନି ଶିଶୁଙ୍କୁ କାଖେଇ ବୁର୍ଲା ଥାନାରେ ପହଞ୍ଚିଥିଲେ। ଏହାପରେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ସହିତ ବୁର୍ଲା ଥାନା ଘେରାଉ କରିଥିଲେ। ପୁଲିସ ଆନ୍ଦୋଳନକାରୀଙ୍କୁ ଅନେକ ବୁଝାସୁଝା କରିବା ପରେ ସାମୟିକ ଭାବରେ ଅନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
Popular Categories



