www.samajalive.in
Monday, December 15, 2025
15.1 C
Bhubaneswar

ଲାଠିଙ୍କ ଗହଣରେ ଫେରିଲେ ତିନି ଠାକୁର

ଭବାନୀପାଟଣା: ଜଗତ ସାରା ତିନିଠାକୁର ରଥେ ବିଜେ କରି ଭକ୍ତଙ୍କ ଗହଣରେ ମନ୍ଦିରକୁ ବାହୁଡ଼ି ଆସିବାର ପରମ୍ପରା ରହିଛି। ହେଲେ କଳାହାଣ୍ଡିର ଉପାନ୍ତ ଅଞ୍ଚଳ ଗୋତୋମୁଣ୍ଡା ଗାଁରେ ଅନୁଷ୍ଠିତ ବାହୁଡ଼ା ଯାତ୍ରା ବେଳେ ତିନି ଠାକୁର ଦେବାଦେବୀଙ୍କ ପ୍ରତୀକ ଲାଠି ମାନଂକ ଗହଣରେ ମନ୍ଦିରକୁ ଫେରିବାର ଏକ ନିଆରା ପରମ୍ପରା ରହିଛି। ସେହି ଅନୁଯାୟୀ ଆଜି ଗୋତୋମୁଣ୍ଡା ଗାଁରେ ଦେବାଦେବୀଙ୍କ ପ୍ରତୀକ ଲାଠି ମାନଂକ ଗହଣରେ ମାଉସୀ ମାଁ ମନ୍ଦିରରୁ ମୁଖ୍ୟ ମନ୍ଦିରକୁ ଫେରିଥିଲେ।

ପରମ୍ପରା ଅନୁଯାୟୀ ଗଡ଼ଜାତ ସମୟର ଦଣ୍ଡପାଟ ଅଞ୍ଚଳ ଏବଂ ଆଖପାଖ ଅଂଚଳର ଗ୍ରାମ ଦେବାଦେବୀଙ୍କ ପ୍ରତୀକ ଲାଠି, କୁର୍ଷି ବା ସିଂହାସନ ଗୁଡ଼ିକ ବାହୁଡ଼ା ଯାତ୍ରା ଅବସରରେ ଗୋତୋମୁଣ୍ଡା ଗ୍ରାମ ଦେବୀଙ୍କ ମେଲଣ ପଡ଼ିଆରେ ଆଜି ଏକାଠି ହେଇଥିଲେ। ସେଠାରୁ ପଟୁଆରରେ ମାଉସୀ ମାଁ ମନ୍ଦିରକୁ ଯାଇ ମୁଖ୍ୟ ମନ୍ଦିରକୁ ଫେରିବାକୁ ତିନି ଠାକୁରଙ୍କୁ ନିମନ୍ତ୍ରଣ କରିଥିଲେ। ଏହାପରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହେଇ ମନ୍ଦିରକୁ ଫେରିଥିଲେ। ରଥକୁ ସୁରକ୍ଷା ଦେଇ ଲାଠି ଗୁଡ଼ିକ ମନ୍ଦିର ଯାଏଁ ଆସିଥିଲେ। ଏହି ଅବସରରେ କୋକସରା, ଆମପାଣି, ଧର୍ମଗଡ ପ୍ରଭୃତି ଅଞ୍ଚଳ ସମେତ ପଡୋଶୀ ଛତିଶଗଡ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories