www.samajalive.in
Monday, December 15, 2025
15.1 C
Bhubaneswar

ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁର ଠାରେ ଅପରେସନ ସିନ୍ଦୁରର ବିପୁଳ ସଫଳତା ତଥା ଭାରତୀୟ ସେନା ବାହିନୀକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆୟୋଜିତ ପରାକ୍ରମ ଶୋଭାଯାତ୍ରାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମେତ ଅନେକ ବିଜେପି ନେତା ଓ କର୍ମୀ ସାମିଲ ହୋଇଛନ୍ତି।

ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି ଯେ, ବିଜେପି ଦଳର କାର୍ଯ୍ୟକର୍ତ୍ତା ଓ ଜନତାଙ୍କ ସହିତ ପରାକ୍ରମ ଶୋଭାଯାତ୍ରାରେ ସାମିଲ ହୋଇ ମୁଁ ନିଜକୁ ଗର୍ବିତ ମନେ କରୁଛି। ଏହି ଶୋଭାଯାତ୍ରା ଅପରେସନ ସିନ୍ଦୁରର ସଫଳତା, ଦେଶର ସୈନ୍ୟ ଶକ୍ତିର ଶୌର୍ଯ୍ୟ ଓ ପରାକ୍ରମକୁ ସମ୍ମାନ ଜଣାଇବାର ମହାନ ଅବସର ଅଟେ। ଅପରେସନ ସିନ୍ଦୁର ଜରିଆରେ ଭାରତର ପରାକ୍ରମକୁ ସାରା ବିଶ୍ୱ ଦେଖିଛି। ଭାରତର ସୈନିକ ଶକ୍ତି ନିଜର ପରାକାଷ୍ଠା ଦେଖାଈଛି। ଆମର ଭାରତୀୟ ସେନା ବାହିନୀ ମାନେ ନିପୁଣତାର ସହିତ ଆତଙ୍କବାଦୀ ତଥା ସେମାନଙ୍କୁ ପ୍ରଶ୍ରୟ ଦେଉଥିବା ପାକିସ୍ଥାନକୁ ଉଚିତ ଜବାବ ଦେଇଛନ୍ତି। ଅପରେସନ ସିନ୍ଦୁର ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସାମରିକ ଶକ୍ତି କ୍ଷେତ୍ରରେ ବିଶ୍ୱରେ ନୁତନ ପରିଚୟ ନିର୍ମାଣ କରିଛି। ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଏବଂ ଭାରତୀୟ ସେନାର ଅଦମ୍ୟ ସାହାସ ପାଇଁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

- Advertisement -

ପରାକ୍ରମ ଶୋଭାଯାତ୍ରାରେ ଯୋଗ ଦେବା ପୁର୍ବରୁ ଶ୍ରୀ ପ୍ରଧାନଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହିତ ଅନ୍ୟ ମାନେ ମହାନ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଓ ଶହୀଦ ସ୍ତମ୍ଭ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବୀର ସୁରେନ୍ଦ୍ର ସାଏ ଓଡ଼ିଶାର ଶୌର୍ଯ୍ୟମୟ ପରିଚୟର ଅନନ୍ୟ ପ୍ରତିକ। ତାଙ୍କର ଅଦ୍ୱିତୀୟ ସାଙ୍ଗଠନିକ ଶକ୍ତି ଓ ରଣ କୌଶଳ ଓଡିଆ ଜାତିର ବୀରତ୍ୱର ପ୍ରତିଫଳନ। ତାଙ୍କର ତ୍ୟାଗ, ଶୌର୍ଯ୍ୟ ଓ ପରାକ୍ରମ ସର୍ବଦା ଆମର ଯୁବପିଢ଼ିଙ୍କୁ ପ୍ରେରିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ପରାକ୍ରମ ଶୋଭାଯାତ୍ରା ଜେଲଖାନା ଛକ ରୁ ବାହାରି କଚେରୀ ଛକ ସ୍ଥିତ ଶହୀଦ ସ୍ତମ୍ଭ ପର୍ଯ୍ୟନ୍ତ ଯାଇଥିଲା। ଜୟ ହିନ୍ଦ ଓ ଭାରତ ମାତା କୀ ଜୟ ସ୍ଲୋଗାନରେ ସମ୍ବଲପୁର ସହର ଆଜି ଗୁଞ୍ଜରିତ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଓ ଜନତା ସ୍ୱତଃପ୍ରବୃତ୍ତ ଭାବରେ ଏଥିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ନାଉରୀ ନାଏକ, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଜାଘବ, ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ହିମାଂଶୁ ଲାଲ, ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ମହାନଗର ନିଗମ କମିଶନର ବେଦ ଭୂଷଣ ଙ୍କ ସମେତ ଜିଲା ବିଜେପି ସଭାପତି ଗିରିଶ ପଟେଲ, ସମୀର ରଞ୍ଜନ ବାବୁ, ସୁଶାନ୍ତ ପୁରୋହିତ, ଅନୀଲ ବେହେରା, ଦାମୋଦର କର ଙ୍କ ସମେତ ଅନେକ ବିଜେପି ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories