www.samajalive.in
Monday, December 15, 2025
15.1 C
Bhubaneswar

ଦୋକାନ ଗୋଦାମ ଗୃହରେ ଅଗ୍ନୀକାଣ୍ଡ, ୪ ଜଣଙ୍କ ଜୀବନ ବଞ୍ଚାଇଲେ ଅଗ୍ନିଶମ ବାହୀନୀ

ଗୁଣପୁର: ରାୟଗଡା ଜିଲା ଗୁଣପୁର ପୁରୁଣା ବସଷ୍ଟାଣ୍ଡ ନିକଟ ବାଘୁଆ ଦେଉଳ ସାହିରେ ତେଜରାତି ଦୋକାନର ଗୋଦାମ ଗୃହରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୪ଜଣ ଶିଶୁଙ୍କୁ ଉଦ୍ଧାର ସହ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।
ଗୁଣପୁର ପୁରୁଣା ବସଷ୍ଟାଣ୍ଡ ନିକଟ ବାଘୁଆ ଦେଉଳ ସାହିରେ ତେଜରାତି ଦୋକାନର ଗୋଦାମ ଗୃହରେ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗର ଦୁଇଟି ଗାଡି  ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଥିଲେ। ତେବେ ଗୋଦାମର ଉପର ମହଲାରେ ଭଡାରେ ଗୋଟିଏ ପରିବାର ୪ ଜଣ ରହିଥିଲେ। ଉପର ମହଲାକୁ ନିଆଁ ବ୍ୟାପୁଥିବାବେଳେ ଅତି ସତର୍କତାର ସହ ଅଗ୍ନିଶମ ବାହିନୀ ୪ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଏବଂ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ।
ଗୁଣପୁର ଅଗ୍ନିଶମ ବାହିନୀର ଅଧିକାରୀ ରଜନୀକାନ୍ତ ଗଉଡ ଓ ପବତ୍ର ସିଂଙ୍କ ନେତୃତ୍ବରେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories